ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ବସି ଟେଲିଭିଜନ ପରଦାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ନବୀନ ମହାପ୍ରଭୁଙ୍କୁ ଦେଖି ହାତ ଯୋଡ଼ି ପ୍ରଣାମ ମଧ୍ୟ କରିଛନ୍ତି।

ପ୍ରତିବର୍ଷ ନବୀନ ରଥଯାତ୍ରାରେ ପୁରୀ ଯାଇ ସିଧାସଳଖ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ହେଲେ ଚଳିତବର୍ଷ କରୋନା କଟକଣା ଦୃଷ୍ଟିରୁ ନବୀନ ପୁରୀ ଯାଇନାହାନ୍ତି। ତେଣୁ ଘରେ ରହି ସେ ଟିଭି ପରଦାରେ ରଥଯାତ୍ରା ଦେଖିଛନ୍ତି।ଏଥିସହ ସେ ଟୁଇଟ୍ କରି ଲେଖିଛନ୍ତି,”ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୂଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରିଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରି ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ।”

କୋଭିଡ୍ କଟକଣା ମଧ୍ୟରେ ଏଥର ପୁରୀରେ ଆୟୋଜନ ହୋଇଛି ରଥଯାତ୍ରା। ଭକ୍ତମାନଙ୍କର ଗହଳି ବିନା କେବଳ ସେବାୟତଙ୍କ ମଧ୍ୟରେ ମହାପ୍ରଭୁ ନିଜର ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି। ଲୋକମାନେ ଘରେ ରହି ଟିଭି ଓ ଡିଜିଟାଲ୍ ମିଡିଆରେ ନିଜର ପ୍ରିୟ ଠାକୁରଙ୍କୁ ଦର୍ଶନ କରୁଛନ୍ତି।

ଲୋକମାନଙ୍କୁ ମଧ୍ୟ ପୁରୀ ଯିବାକୁ ବାରଣ କରାଯାଇଛି। ସମଗ୍ର ପୂରୀ ଜିଲ୍ଲାକୁ ସିଲ୍ କରାଯିବା ସହିତ ସମସ୍ତ ପ୍ରବେଶ ପଥରେ ପୋଲିସ୍ ମୂତୟନ ହୋଇଛନ୍ତି।

Comment