ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିଛନ୍ତି କେନ୍ଦ୍ର ସରକାର। ଜମ୍ମୁ କଶ୍ମୀର ଯେଉଁ ସ୍ୱତନ୍ତ୍ର ରାଜ୍ୟର ଅଧିକାର ପାଉଥିଲା ତାହା ସେ ହରାଇଛି। ଧାରା ୩୭୦ ଏବଂ ୩୫ ଏ ଉଛେଦ ହେବା ପରେ ମହଳରାଷ୍ଟ୍ର ସରକାର କଶ୍ମୀର ଏବଂ ଲଦାଖରେ ରିସର୍ଟ ଖୋଲିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ଯେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ମହାରାଷ୍ଟ୍ର ପର୍ଯ୍ୟଟନ ଉନ୍ନୟନ ନିଗମ ରିସର୍ଟ ଖୋଲିବାକୁ ଯାଉଛନ୍ତି।

ମହରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାୱଲ କହିଛନ୍ତି, ‘‘ଜମ୍ମୁ କଶ୍ମୀର ଏବଂ ଲଦାଖରେ ରିସର୍ଟ ଖୋଲିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ନୂଆ ଉପ-ରାଜ୍ୟପାଳ ନିଯୁକ୍ତି ପାଇବା ପରେ ଏନେଇ ଆଲୋଚନା କରାଯିବ। ଅନ୍ୟ ରାଜ୍ୟରେ ଚମି କିଣିବା ସମ୍ଭବ ହେଉଥିଲା। କିନ୍ତୁ ଧାରା ୩୭୦ ଏବଂ ୩୫ ଏ ଯୋଗୁଁ ଜମ୍ମୁ କଶ୍ମୀରରେ ଜମି କିଣିବା ସମ୍ଭବ ହେଉ ନଥିଲା।’’

ଜମ୍ମୁ କଶ୍ମୀର ହେଉଛି ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିବର୍ଷ ଏଠାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରିସର୍ଟ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଜମ୍ମୁ କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଏବଂ ୩୫ ଏ ଉଛେଦ କରିଛନ୍ତି। ରାଜ୍ୟସଭା ଏବଂ ଲୋକସଭାରେ ଏହି ବିଲ୍‌ ପାସ୍‌ ହୋଇଛି।

Comment