ଓଡ଼ିଶାଲାଇଭ ବ୍ୟୁରୋ

ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇଛି ରାୟଗଡ଼ା। ବର୍ଷା ଯୋଗୁଁ ରାୟଗଡ଼ାରୁ ଟିଟିଲାଗଡ଼ ଯାତୟାତ ସେବା ବାଧାପ୍ରାପ୍ତ ହୋଇଛି। ଅମ୍ଵଡ଼ଳା ନିକଟରେ ଟ୍ରାକ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଲଓ୍ଵେ ଟ୍ରାକ ଧୋଇ ହୋଇଯାଇଛି।

ଏହି ଲାଇନରେ ଏକ ମାଲବାହି ଟ୍ରେନ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୫୬ଟି ସୁରକ୍ଷିତ ଅଛି। ଏହାକୁ ଦୃଷ୍ଟିରେ ରଖି ୫ଟି ଟ୍ରେନର ଗତିପଥ ବଦଳାଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ଟ୍ରାକର ମରାମତି ଚାଲିଛି।

ଏନେଇ ରେଳ ଡିଭିଜନ ପକ୍ଷରୁ ହେଲ୍ପଲାଇନ ନମ୍ଵର ଜାରି କରାଯାଇଛି। ସମ୍ଵଲପୁର ପକ୍ଷରୁ ୯୪୩୭୩୮୬୭୫୯ ହେଲ୍ପଲାଇନ ନମ୍ଵର ଓ ଟିଟିଲାଗଡ଼ ପକ୍ଷରୁ ୮୪୫୫୮୯୨୮୩୧/୯୪୩୭୩୮୬୬୯୩ ହେଲ୍ପଲାଇନ ରହିଛି।

Comment