ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ପୋଲିସ୍‌ ଡିଜି ବିକେ ଶର୍ମା ସମୀକ୍ଷା ବୈଠକ କରିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ଓ ସ୍ୱାଧୀନତା ଦିବସ ସୁରକ୍ଷା ନେଇ ଆଲୋଚନା କରୁଛନ୍ତି ଡିଜିପି।

ଏହି ବୈଠକରେ ଗୁଇନ୍ଦା ନିଦ୍ଦେର୍ଶକ ସୁନିଲ ରାୟ, ଏଡିଜି ଆରପି କୁଚେ, ଏଡିଜି ରାଧାକୃର୍ଷ୍ଣ ଶର୍ମା, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।ବୈଠକରେ ସ୍ୱାଧୀନତା ଦିବସ ପାଳନ ଏବଂ ସୁରକ୍ଷା ସମ୍ପର୍କରେ ବିଶେଷ ଆଲୋକପାତ କରାଯାଇଛି।

ସ୍ୱାଧୀନତା ଦିବସକୁ ଆଉ ୫ ଦିନ ଥିଲା ବେଳେ ପୋଲିସ ଏନେଇ ତତ୍ପରତା ଦେଖାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ପରେଡ ସ୍ଥାନରେ ମଧ୍ୟ ପରିବର୍ତ୍ତନ ହୋଇଛି। ଗାନ୍ଧିମାର୍ଗ ବଦଳରେ ଏହି ବର୍ଷଠାରୁ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ।

Comment