ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୪ ତାରିଖ ଦିନ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍‌। ନିଷ୍କାସିତ ହେବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ। ଦିନ ୧୧ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ା ଯିବ ବୋଲି ସୂଚନା ଦିଆଯାଇଛି। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ଏହି ସୂଚନା ଦେଇଛନ୍ତି।

ବର୍ଷା ସ୍ଥିତି ଦେଖି କେତୋଟି ଗେଟ୍‌ ଖୋଲା ଯିବ ସେନେଇ ୧୪ ତାରିଖ ଦିନ ସ୍ଥିର ହେବ। ଏଥିଲାଗି ମହାନଦୀ କୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି। ବର୍ତ୍ତମାନ ୬୧୦. ୩୯ଫୁଟରେ ଜଳସ୍ତର ପହଞ୍ଚିଲାଣି।

Comment