ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଦ ପିଇ ସ୍ତ୍ରୀକୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି ସ୍ୱାମୀ। ଏହି ଆକ୍ରମଣର ଶିକାର ତାଙ୍କ ଝିଅ ବି ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରସ୍ଥିତ ଆନ୍ଧ୍ର ବ୍ୟାଙ୍କ ଲେନ୍‌ରେ।

କେ.ରଘୁନାଥ ନାମକ ଜଣେ ବ୍ୟକ୍ତି ମଦ ପିଇ ପ୍ରତିଦିନ ଘରେ ଝଗଡ଼ା କରନ୍ତି। ଏବେ ଏହି ଝଗଡ଼ା ସବୁ ସୀମା ପାର କରିଛି। ଶନିବାର ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଓ ଝିଅକୁ ଛୁରୀରେ ଆକ୍ରମଣ କରିଛି।

ଆକ୍ରମଣ ପରେ ଗୁରୁତର ମା’ ଝିଅକୁ ରକ୍ତାକ୍ତ ଅବସ୍ଥାରେ ସାହି ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଛୁରାମାଡ ଯୋଗୁଁ ସ୍ତ୍ରୀ ଏ.ଲିଳା ଓ ଝିଅ ଏ.ଗାୟତ୍ରୀଙ୍କ ମୁଣ୍ଡ, ଛାତି, ପିଠି ଆଦି ସ୍ଥାନରେ ଗଭୀର ଆଘାତ ଲାଗିଛି।

Comment