ଓଡ଼ିଶାଲାଇଭ ବ୍ୟୁରୋ

ବିଷାକ୍ତ ସାପ କାମୁଡ଼ିବା ଫଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଲିଆ ଗାଁରେ। ଦୁଇ ଭାଇ-ଭଉଣୀଙ୍କ ବୟସ ୮ବର୍ଷ ଓ ୧୩ ବର୍ଷ ବୋଲି ଜଣାପଡ଼ିଛି।

ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଚାର ହେବା ପରେ ସୁବିଲିଆ ଗ୍ରାମ ସହ ଆଖପାଖ ଗାଁରେ ଶୋକର ଛାୟା ଖେଳିଯାଇଥିଲା।

LEAVE A REPLY

Please enter your comment!
Please enter your name here