ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରାବଣ ମାସ ଶେଷ ସୋମବାର। ଦେଶ ତଥା ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ବଢ଼ୁଛି। ଚାରି ପାଳି ଧରି କାଉଡ଼ିଆମାନେ ଜଳାଭିଷେକ କରିଥାନ୍ତି। ଆଜି ଶେଷ ପାଳି। ଶହ ଶହ ଶ୍ରଦ୍ଧାଳୁ ଶିବ ପୀଠରେ ଜଳାଭିଷେକ କରୁଛନ୍ତି।

‘ହରହର ମହାଦେବ’, ବୋଲବମ୍, ଜଟିଆ ବାବା ପାର୍ କରେଗା ଭଳି ନାରା ଲଗାଇ ଶିବ ମନ୍ଦିରରେ ଭିଡ଼ ଲଗାଇଛନ୍ତି କାଉଡ଼ିଆ। ତିନି ପାଳି ସୋମବାର ଅପେକ୍ଷା ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ସମାଗମ ଅଧିକ ରହିବା ଦେଖାଦେଇଛି। ବିଶ୍ୱାସ ରହିଛି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢାଳିଲେ କୋଟି ପୂଣ୍ୟ ମିଳିଥାଏ।

ଭୁବନେଶ୍ୱର ଶିବ ମନ୍ଦିର, କଟକ ଧବଳେଶ୍ଵର, ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ, ପୁରୀର ଲୋକନାଥ ପୀଠ, କପିଳାସଳ ଗୋରଖନାଥ ପୀଠରେ କାଉଡ଼ିଆମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି ବିଭିନ୍ନ ରାଜ୍ୟରେ କାଉଡ଼ିଆ ଶିବ ମନ୍ଦିରରେ ପାଣି ଢାଳି ପୂଜା ଅର୍ଚ୍ଚନା କରିଛନ୍ତି।

ସବୁଠି ପୋଲିସ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି।

Comment