ଓଡ଼ିଶାଲାଇଭ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଦ୍‌ ଅବସରରେ ମୁସଲମାନ ସମୁଦାୟର ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏହି ଶୁଭେଚ୍ଛା ଟୁଇଟର ମାଧ୍ୟମରେ ଜଣାଇଛନ୍ତି। ସମାଜରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା କରିବା ପାଇଁ ସେ ବାର୍ତ୍ତା ଦେଇଛନ୍ତି।


ସେ ଟୁଇଟ କରି କହିଛନ୍ତି, “ଇଦ୍‌-ଉଲ-ଅଧା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଇଦ୍‌ ସମସ୍ତଙ୍କ ଜୀବନରେ ଖୁସି, ସମାଜରେ ଶାନ୍ତି ଓ ଭାଇଚାରା ଭାବନକୁ ମଜବୁତ କରିବ ବୋଲି ଆଶା।”

ସାରା ଦେଶରେ ଇଦ୍‌ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସମସ୍ତ ସ୍ଥାନରେ ମୁସଲମାନ ସମୁଦାୟ ଦ୍ଵାରା ଇଦ୍‌ ପାଳନ କରାଯାଉଛି। ଆଜି ସକାଳୁ ସମସ୍ତ ମସଜିଦ୍‌ରେ ନମାଜ ପାଠ କରାଯାଇଥିଲା।

Comment