ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ଲଗାଣ ବର୍ଷାରେ ସବୁଠୁ ବେହାଲ ହୋଇଥିଲା ବଲାଙ୍ଗିର ସହର।

ବର୍ଷାପାଣି ଘରେ ପଶିଥିବାରୁ ପାଖାପାଖି ୨୦୦ ପରିବାର ପାଣି ଘେରରେ ରହିଥିଲେ। ଆଜି ବର୍ଷା ଛାଡିବାରୁ ବଲାଙ୍ଗିର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗାଡ଼ି ଚଳାଚଳ ଆରମ୍ଭ ହେବା ସହ ଲୋକେ ଘରୁ ବାହାରିଛନ୍ତି।

ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ୨ରୁ ୩ ଫୁଟ ଉଚ୍ଚରେ ପାଣି ଚାଲୁଥିଲା। ଫଳରେ ଯାତାୟତ ପୂରା ଠପ୍‌ ହୋଇଯାଇଥିଲା। ସହରର ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ।

ପ୍ରଶାସନ ପକ୍ଷରୁ ସ୍କୁଲ କଲେଜ ବନ୍ଦ ରହିଥିଲା। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବିଭାଗ ମୁତୟନ ହୋଇଥିଲେ।

Comment