ଓଡ଼ିଶାଲାଇଭ ବ୍ୟୁରୋ

ହୀରାକୁଦରେ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍‌ ଖୋଲାଯାଇଛି। ଆଜି ସକାଳୁ ବନ୍ୟା ଜଳ ନିଷ୍କାସନ ପାଇଁ ବୁର୍ଲା ପଟୁ ଗୋଟିଏ ଓ ହୀରାକୁଦ ପଟୁ ଗୋଟିଏ ଗେଟ ଖୋଲାଯାଇଥିଲା। ଏହା ପରେ ପୁଣି ୧୪ଟି ଗେଟ୍‌ ଖୋଲାଯାଇଛି। ବୁଧବାର ୭ ନମ୍ଵର ଗେଟ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଥିଲା।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୧୦ଟା ସୁଦ୍ଧା ଦୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୮ହଜାର ୩୧୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହିପରି ପ୍ରତି ସେକେଣ୍ଡରେ ୧୫ ହଜାର ୨୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଡ୍ୟାମର ଜଳସ୍ତରକୁ ୬୧୯ରୁ ୬୨୦ ଫୁଟ ରଖିବାକୁ ୧୬ଟି ଗେଟ ଖୋଲାଯାଇଥିବା ଡ୍ୟାମ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

Comment