ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନ ମଙ୍ଗଳ’ ଗୁରୁବାର ରିଲିଜ ହୋଇଯାଇଛି। ଅନ୍ୟପକ୍ଷରେ ‘ମିଶନ ମଙ୍ଗଳ’କୁ ଟକ୍କର ଦେବା ପାଇଁ ରିଲିଜ ହୋଇଛି ଜନ୍‌ ଆବ୍ରାହମଙ୍କ ‘ବାଟ୍‌ଲା ହାଉସ’। ‘ମିଶନ ମଙ୍ଗଳ’ ଫିଲ୍ମ ଭାରତର ମଙ୍ଗଳ ଯାତ୍ରା ଉପରେ ଥିବା ବେଳେ ‘ବାଟ୍‌ଲା ହାଉସ’ ଫିଲ୍ମ ଏକ ସତ୍ୟ ଘଟଣା ଉପରେ ଆଧାରିତ। ତେବେ ଏଥର ଅଗଷ୍ଟ ୧୫ରେ ଅକ୍ଷୟ କୁମାର ଓ ଜନ୍‌ ଆବ୍ରାହମଙ୍କ ମଧ୍ୟରେ କଡ଼ା ଟକ୍କର ହେବ।

‘ମିଶନ ମଙ୍ଗଳ’ରେ ଅକ୍ଷୟ କୁମାରଙ୍କ ସହିତ ବିଦ୍ୟା ବାଲନ, ତାପସି ପନ୍ନୁ, ସୋନାକ୍ଷୀ ସିହ୍ନା, ସରମନ ଜୋଶୀ, ନିତ୍ୟା ମେନନ, କ୍ରିତି କୁଲ୍ହାରି ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ୍‌ ହେବାପରେ ଦର୍ଶକ ‘ମିଶନ ମଙ୍ଗଳ’କୁ ଭଲ ରେସପନ୍ସ ଦେଇଛନ୍ତି।

ଅନ୍ୟପଟେ, ଜନ୍‌ ଆବ୍ରାହମ୍‌ଙ୍କ ‘ବାଟ୍‌ଲା ହାଉସ୍‌’ ଫିଲ୍ମରେ ମୃଣାଳ ଠାକୁର, ନୋରା ଫତେ, ରବି କିଶନ, ରାଜେଶ ଶର୍ମା, ସୋନମ ଅରୋରା ଅଭିନୟ କରିଛନ୍ତି। ଦିଲ୍ଲୀର ବହୁ ଚର୍ଚ୍ଚିତ ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟରକୁ ଆଧାର କରି ଏହି ଫିଲ୍ମ ନିର୍ମାଣ କରାଯାଇଛି। ଖୋଦ ଜନ୍‌ ଆବ୍ରାହମ ଫିଲ୍ମ ‘ବାଟ୍‌ଲା ହାଉସ୍‌’ର ନିର୍ମାତା।

ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଳ’ ବନାମ ଜନ୍‌ ଆବ୍ରାହମ୍‌ଙ୍କ ‘ବାଟ୍‌ଲା ହାଉସ୍‌’। ଉଭୟ ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ। ତେବେ କାହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ଏବଂ କିଏ ବକ୍ସ ଅଫିସରେ ଫେଲ୍‌ ମାରୁଛି, ତାହା ଆଗାମୀ ଦିନରେ ଜଣା ପଡ଼ିବ।

Comment