ଓଡ଼ିଶାଲାଇଭ ବ୍ୟୁରୋ

 

ଆଜି ଦେଶ ପାଳୁଛି ୭୩ତମ ସ୍ଵାଧୀନତା ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ରାଜ୍ୟବାସୀଙ୍କୁ ସମ୍ଵୋଧନ ମଧ୍ୟ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ମହାପୁରୁଷ ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ବିଆର ଆମ୍ଵେଦକର ଓ ଅନ୍ୟମାନଙ୍କୁ ସ୍ମରଣ କରିଥିଲେ। ଦେଶ ପାଇଁ ମହାପୁରୁଷମାନଙ୍କର ବଳିଦାନ ଯୋଗୁଁ ଭାରତ କିପରି ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା ତାହା ମଧ୍ୟ ମନେ ପକାଇଥିଲେ।

ସେ ଉଦବୋଧନ ଦେଇ କହିଥିଲେ, “ଗାନ୍ଧୀଙ୍କ ବିଚାର ଓ ଆଦର୍ଶ ଆମକୁ ସଦୃଢ଼ କରିଛି। ସାଧାରଣ ଜନତାଙ୍କୁ ତାଙ୍କର ହକ୍‌ ଦେବା ପାଇଁ ଆମେ କାର୍ଯ୍ୟ କରୁଛୁ। ଲୋକଙ୍କ ସେବା ପାଇଁ ଏହି ସରକାର ଅଛି। ଲୋକଙ୍କ ଟଙ୍କାରେ ଏହି ସରକାର ଚାଲିଛି। ଆଜିଠୁ ଲୋକଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ୍‌ ଯିବ।”

Comment