ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ନ୍ୟୁକ୍ଲିୟର ପଲିସିକୁ ନେଇ ରାଜନାଥ କହିଛନ୍ତି,‘‘ ନ୍ୟୁକ୍ଲିୟର ପଲିସି ‘ନୋ ଫାଷ୍ଟ ୟୁଜ୍‌’କୁ ଆମେ ଅନୁକରଣ କରୁଛୁ। ହେଲେ ଆଗାମୀ ଦିନରେ କ’ଣ ହେବ ତାହା ପରିସ୍ଥିତି ଉପରେ ନିର୍ଭର କରିବ।’’   

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପୋଖରନ୍‌ରେ ଶ୍ରଦ୍ଧାଞ୍ଜଳି ଦେଲାବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି।

ପାକିସ୍ତାନ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦେଉଛି। ଏହି ସମୟରେ ରାଜନାଥଙ୍କ ବୟାନରୁ ଅନୁମାନ ହେଉଛି ଯେ ଯଦି ପାକିସ୍ତାନ ଯୁଦ୍ଧର ଆରମ୍ଭ କରେ ତେବେ ଭାରତ ଚୁପ୍‌ ବସିବ ନାହିଁ।              

LEAVE A REPLY

Please enter your comment!
Please enter your name here