ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ଓପୋ’ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ ‘ଓପୋ ରେନୋ-୨’। ଆସନ୍ତା ଅଗଷ୍ଟ ୨୮ରେ ଏହି ସ୍ମାଟଫୋନ ଭାରତରେ ଲଞ୍ଚ ହେବ। ଗତ ମେ’ ମାସରେ କମ୍ପାନି ଭାରତରେ ‘ଓପୋ ରେନୋ’ ସ୍ମାର୍ଟଫୋନ ଲଞ୍ଚ କରିଥିଲା। ତେବେ ୪ ମାସ ମଧ୍ୟରେ ଓପୋ ‘ରେନୋ-୨’ ନାଁରେ ଆଉ ଏକ ସ୍ମାଟଫୋନ ଲଞ୍ଚ କରୁଛି।

‘ଓପୋ ରେନୋ-୨’ ସ୍ମାର୍ଟଫୋନର ଖାସ କଥା ହେଉଛି, ଏଥିରେ ୪ଟି ରିୟର କ୍ୟାମରା ରହିଛି। ଯେଉଁଥିରେ 20X ଜୁମ୍‌ର ସୁବିଧା ରହିଛି। ନିକଟରେ ‘ଓପୋ ରେନୋ-୨’ର ଟିଜର ପୋଷ୍ଟର ରିଲିଜ ହୋଇଛି। ପୋଷ୍ଟରରେ ୪ଟି ରିୟର କ୍ୟାମେରା ଏବଂ ସାର୍କ ଫିନ୍‌ ଷ୍ଟାଇଲଯୁକ୍ତ ସେଲ୍ଫି କ୍ୟାମେରା ଥିବା ଦେଖିବାକୁ ମିଳିଛି।

ତେବେ ‘ଓପୋ ରେନୋ-୨’ରେ ମଳୁଥିବା 20X ଜୁମ୍‌ ହାଇବ୍ରିଡ୍‌ କିମ୍ବା ଡିଜିଟାଲ ସେ ବିଷୟରେ ସୂଚନା ମିଳିପାରିନାହିଁ। କହିଁକି ନାଁ ବତ୍ତଁମାନ ମାର୍କେଟ୍‌ରେ ପେରିସ୍କୋପ୍‌ ଜୁମ୍‌ କ୍ୟାମେରାଯୁକ୍ତ ସ୍ମାଟଫୋନ ବଜାରରେ ମିଳୁଛି। କମ୍ପାନ ପକ୍ଷରୁ ଏହି ସ୍ମାର୍ଟଫୋନର ହାର୍ଡୱେର ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

Comment