ଓଡ଼ିଶାଲାଇଭ୍‌ ବ୍ୟୁରୋ

ପପୁଲାର ଭିଡିଓ ସେୟାରିଂ ୱେବସାଇଟ୍ YouTube ଏହାର ପ୍ରଇଭେଟ୍‌ ମେସେଜ ଫିଚରକୁ ବନ୍ଦ କରିବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୧୮ରେ ୟୁଜର୍ସ ଏହି ମେସେଜ୍‌ ଫିଚରକୁ ବ୍ୟବହାର କରିପାରିବେ ନାହିଁ।

୨୦୧୭ରେ ୟୁଟ୍ୟୁବ ପ୍ରାଇଭେଟ୍‌ ମେସେଜ ଫିଚରକୁ ଆରମ୍ଭ କରିଥିଲା। ଏହି ସେବା ଜରିଆରେ ୟୁଜର୍ସ ଜଣେ ଅନ୍ୟ ଜଣକୁ ପ୍ରାଇଭେଟ୍‌ ମେସେଜ ପଠାଇପାରିବେ। ବର୍ତ୍ତମାନ ଏହି ଫିଚରକୁ ୟୁଟ୍ୟୁବର ମୂଳ କମ୍ପାନି ଗୁଗଲ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି।

ଗୁଗଲ ଏନେଇ ୟୁଟ୍ୟୁବ୍‌ର ସପୋର୍ଟ ପେଜ୍‌ରେ କହିଛି, “ଦୁଇ ବର୍ଷ ପୂର୍ବରୁ ୟୁଟ୍ୟୁବ୍‌ରେ ଡାଇରେକ୍ଟ ମେସେଜ ଜରିଆରେ ମେସେଜ ତଥା ଭିଡିଓ ସେୟାର କରିବା ପାଇଁ ପିଚର ଆସିଥିଲା। ତେବେ ବର୍ତ୍ତମାନ କମ୍ପାନି ପବ୍ଲିକ କନଭରସେସନ ଉପରେ ଫୋକସ କରୁଛି। ତେଣୁ ପ୍ରାଇଭେଟ୍‌ ମେସେଜ ଫିଚରକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।”

ଆସନ୍ତା ସେପ୍ଟେମ୍ବର ୧୮ରୁ ଏହି ପ୍ରାଇଭେଟ୍‌ ମେସେଜ ସେବା ୟୁଟ୍ୟୁବରୁ ହଟାଇ ଦିଆଯିବ। ଯଦି ଆପଣ ୟୁଟ୍ୟୁବର ଚାଟ୍‌ ହିଷ୍ଟ୍ରୀ ରଖିବାକୁ ଚାହୁଁଛନ୍ତି, ତେବେ ଗୁଗଲର ଏହି ଲିଙ୍କ୍‌ରେ କ୍ଲିକ୍‌ କରି ଡାଇନ୍‌ଲୋଡ କରିପାରିବେ। ଏଥିପାଇଁ ଆପଣଙ୍କ ଆକାଉଣ୍ଟ ଲଗ୍‌ ଇନ୍‌ କରିବାକୁ ପଡ଼ିବ।

ନିକଟରେ ଗୁଗଲ ଏହା ଅନ୍ୟ ଆପ୍‌ଗୁଡ଼ିକୁ ବନ୍ଦ କରିଦେଇଛି। ଟ୍ରିପ୍‌ ପ୍ଲାନିଂସ ପାଇଁ ବ୍ୟବହୃତ ଆପ୍‌ Google Trips ବନ୍ଦ କରିଦିଆଯାଇଛି। ସେହିପରି Google Plus ଏବଂ Google Alloକୁ ମଧ୍ୟ ବନ୍ଦ କରିଦିଆଯାଇଛି।

Comment