ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଯାନ ୨ ଦ୍ୱାରା ଉଠାଯାଇଥିବା ଚନ୍ଦ୍ରର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗୁରୁବାର ଏହି ଫଟୋ ସାର୍ବଜନୀନ କରିଛି। ଚନ୍ଦ୍ରପୃଷ୍ଠଠାରୁ ୨୬୫୦ କିମି ଉଚ୍ଚତାରୁ ଏହି ଫଟୋକୁ ଉତ୍ତୋଳନ କରାଯାଇଥିବା ଇସ୍ରୋ କହିଛି।

ଏହାପୂର୍ବରୁ ଚନ୍ଦ୍ରଯାନ ୨ ଅଗଷ୍ଟ ୪ରେ ପୃଥିବୀର ଫଟୋ ଉତ୍ତୋଳନ କରିଥିଲା। ଜୁଲାଇ ୨୨ରେ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ଅଗଷ୍ଟ ୧୪ରେ ପୃଥିବୀର କକ୍ଷ ପଥ ଛାଡି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା। ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

Comment