ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ବଡ଼ ଖବର।

ଅରୁଣ ଜେଟଲୀଙ୍କ ଆଜି ଅନ୍ତିମ ସଂସ୍କାର
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଆଜି ଅନ୍ତିମ ସଂସ୍କାର। ଅପରାହ୍ଣ ସାଢ଼େ ୨ଟାରେ ଦିଲ୍ଲୀ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ବର୍ତ୍ତମାନ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଏଠାରେ ଜେଟଲୀଙ୍କ ଶେଷ ଦର୍ଶନ ପାଇଁ ନେତା ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଦିନ ୧ଟା ଯାଏଁ ବିଜେପି ମୁଖ୍ୟାଳୟରେ ଚାଲିବ ଜେଟଲୀଙ୍କ ଶେଷ ଦର୍ଶନ।


















