ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଆଜି ଅନ୍ତିମ ସଂସ୍କାର। ଅପରାହ୍‌ଣ ସାଢ଼େ ୨ଟାରେ ଦିଲ୍ଲୀ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ।

ବର୍ତ୍ତମାନ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଏଠାରେ ଜେଟଲୀଙ୍କ ଶେଷ ଦର୍ଶନ ପାଇଁ ନେତା ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ଦିନ ୧ଟା ଯାଏଁ ବିଜେପି ମୁଖ୍ୟାଳୟରେ ଚାଲିବ ଜେଟଲୀଙ୍କ ଶେଷ ଦର୍ଶନ।

ଏହା ପରେ ଅପରାହ୍‌ଣ ସାଢ଼େ ୨ଟାରେ ଦିଲ୍ଲୀର ଯମୁନାନଦୀ କୂଳରେ ଥିବା ନିଗମବୋଧ ଘାଟରେ ହେବ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର। ୬୬ ବର୍ଷ ବୟସରେ ଶନିବାର ଦିଲ୍ଲୀ ଏମ୍ସ ହସ୍ପିଲାରେ ଅରୁଣ ଜେଟଲୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comment