ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚରେ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୨୬୦ରନରେ ଆଗୁଆ ରହିଛି। ଦ୍ଵିତୀୟ ଦିନରେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳକୁ ୨୨୨ରନରେ ଅଲଆଉଟ ପରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଦଳ ୭୨ ଓଭରରେ ୩ ଓ୍ଵିକେଟ ହରାଇ ୧୮୫ ରନ କରିଛି। ଏହାସହ ବିରାଟ କୋହଲି (୫୧) ଓ ରାହାଣେ (୫୩) ରନ କରି ଅପରାଜିତ ରହିଛନ୍ତି।

ଏହି ଟେଷ୍ଟରେ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଭଲ ପ୍ରଦର୍ଶନ କରିପାରିନଥିଲା। ଟିମ୍‌ର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ହେଲେ ଆଜ୍ୟିଙ୍କ ରାହାଣେ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ଯୋଗୁଁ ଦଳ ଏକ ଭଲ ସ୍ଥିତିରେ ପହଞ୍ଚିଥିଲା। ଫଳରେ ଦଳ ୯୬ ଓଭର ଖେଳି ୨୯୭ ରନ କରି ଅଲଆଉଟ ହୋଇଥିଲା।

ପରେ ବ୍ୟାଟି କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା ଓ୍ଵେଷ୍ଟଇଣ୍ଡିଜ। ଦଳ ପକ୍ଷରୁ ରାଷ୍ଟୋନ ଚେସ୍‌ ୪୮ ରନ କରିଥିବା ବେଳେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇ ପରିନଥିଲେ। ଫଳରେ ଦଳ ୨୨୨ ରନରେ ଅଲଆଉଟ ହୋଇଥିଲା।

ବର୍ତ୍ତମାନ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଭାରତ ୭୨ ଓଭରରେ ୩ ଓ୍ଵିକେଟ ହରାଇ ୧୮୫ ରନ କରିଛି। ଏହାସହ ଭାରତ ୨୬୦ରନ ଆଗୁଆ ରହିବା ସହ ଏକ ବିଶାଳ ସ୍କୋର ଆଡ଼କୁ ଅଗ୍ରସର ହେଉଛି।

Comment