ଓଡ଼ିଶାଲାଇଭ୍ ବ୍ୟୁରୋ

ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ମିଳିଛି ୫ଟି ପୁରସ୍କାର। ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓ ୩ଟି ଟେଲିକମ୍‍ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ ଲିଡରସିପ୍‍ ବିଭାଗରେ ମିଳିଛି।

ସିମ୍‍ଲେସ କନେକ୍ଟିଭିଟି ପାଇଁ ଶ୍ରେଷ୍ଠ ଏଲ୍‍ଟିଇ ସେବା ପ୍ରଦାନକାରୀ ଏବଂ ଏହାର ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍‍ ଅଭିଜ୍ଞତା ହାସଲ କରାଇଥିବାରୁ ଜିଓ ଏହି ପୁରସ୍କାର ହାସଲ କରିଛି।

କୁମ୍ଭମେଳା ସମୟରେ ଜିଓ ସେବା ଲକ୍ଷ ଲକ୍ଷ ଲୋକଙ୍କୁ ସେବା ଯୋଗାଇଛି। ଜିଓର ଏଣ୍ଟରଟେନ୍‍ମେଣ୍ଟ ଆପ୍‍ ମଧ୍ୟରୁ ୨ଟି ସେମାନଙ୍କ ବିଭାଗରେ ଶ୍ରେଷ୍ଠ ଆପ୍‍ ବିବେଚିତ ହୋଇଛି। ଜିଓ ସାୱନ୍‍ ଶ୍ରେଷ୍ଠ ଆପ୍‍ (ମ୍ୟୁଜିକ୍‍) ଏବଂ ଜିଓ ଟିଭି ଶ୍ରେଷ୍ଠ ଆପ୍‍ (ମନୋରଞ୍ଜନ) ବିବେଚିତ ହୋଇଛି।

ଏକ ପ୍ରମୁଖ ନେଟ୍‍ୱର୍କିଂ ବିଭାଗ ଭାବେ ସିଏମ୍‍ଓ ଏସିଆ ୨୦୧୦ ମସିହାରେ ଆରମ୍ଭ କରାଯାଇଥିଲା।

Comment