ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

୧୯୬୭ ମସିହାରେ କେବଳ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ପ୍ରଥମଟି ଥିଲା ଅରୁନ୍ଧତୀ ଓ ଦ୍ୱିତୀୟଟି ଭାଇ ଭାଉଜ। ଜଣେ ଗରିବ ଚାଷୀ ଓ ଜମି ମାଲିକଙ୍କୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ।

ଜମି ମାଲିକଙ୍କୁ ହତ୍ୟା ଅଭିଯୋଗରେ ମନୁ (ପୀର ମିଶ୍ର) ଭୁଲରେ ଦଣ୍ଡିତ ହୁଏ ଓ ତାହାକୁ ଦଶ ବର୍ଷ ଜେଲ ଦଣ୍ଡ ମିଳେ। ଦଶ ବର୍ଷ ପରେ ସେ ଯେତେବେଳେ ନିଜ ଗାଁକୁ ଫେରି ଆସେ ସେ ସନ୍ଦେହ କରେ ତା’ ସାନ ଭାଇ ଓ ନିଜ ସ୍ତ୍ରୀଙ୍କ ଭିତରେ ଅନୈତିକ ସମ୍ପର୍କ ଗଢି ଉଠିଛି।

ଭାଇ ଭାଉଜ ଚଳଚ୍ଚିତ୍ର ପାଇଁ ସେତେବେଳେ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।

ଭାଇ ଭାଉଜ ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଥିଲେ ସାରଥୀ। ଶରତ ପୂଜାରୀ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ବ୍ୟତୀତ ମିନତି ଦାସ, ସାମୁଏଲ ସାହୁ (ବାବି), ମଣିମାଳା, ପୀର ମିଶ୍ର, ଅଶୋକ, ରାମଚନ୍ଦ୍ର ପ୍ରତିହାରୀ, ବ୍ୟୋମକେଶ ତ୍ରିପାଠୀ, ବାବାଜୀ, ବୀଣା, ବିନ୍ଦୁ, ବିନୋଦିନି, ସୁନ୍ଦରମଣି, ଉଦୟ କ୍ଷୀରୋଦ, କୃଷ୍ଣ, ପ୍ରଭାତୀ ଓ ପୂର୍ଣ୍ଣ ସିଂ ମଧ୍ୟ ଏଥିରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ।

ଭାଇ ଭାଉଜର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ। ପୃଷ୍ଠଭୂମି ସଂଗୀତ ନିର୍ଦ୍ଦେଶନା ଥିଲା ଭି ବାଲସାରାଙ୍କର। ପରବର୍ତ୍ତୀ ସମୟରେ ବାଲସାରା କିଛି ଚଳଚିତ୍ର ପାଇଁ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

ଭାଇ ଭାଉଜ ଚଳଚ୍ଚିତ୍ର ନିର୍ମାଣରେ ବିଶିଷ୍ଟ  ନାଟ୍ୟକାର ସ୍ୱର୍ଗତ ଗୋପାଳ ଘୋଷଙ୍କ ଅବଦାନକୁ ଅସ୍ଵୀକାର କରିହେବ ନାହିଁ।

ଭାଇ ଭାଉଜ ଚଳଚ୍ଚିତ୍ରଟି ଏକ ନାଟକ ଉପରେ ଆଧାରିତ। ଅନ୍ନପୂର୍ଣ୍ଣା ବି ଗ୍ରୁପ ଦ୍ୱାରା ମଞ୍ଚସ୍ଥ ଏହି ନାଟକକୁ ରଚନା କରିଥିଲେ ରାମଚନ୍ଦ୍ର ମିଶ୍ର। ରାମଚନ୍ଦ୍ର ମିଶ୍ର ସେହି ସମୟର ଜଣେ ଜଣାଶୁଣା ନାଟ୍ୟକାର ଥିଲେ।

ବାଳକୃଷ୍ଣ ଦାଶଙ୍କ ଚମତ୍କାର ସଂଗୀତ ନିର୍ଦ୍ଦେଶନାରେ ଭାଇ ଭାଉଜ ଚଳଚ୍ଚିତ୍ରର ଗୀତଗୁଡ଼ିକ ଆଜି ବି ଶ୍ରୋତା ପସନ୍ଦ କରିଥା’ନ୍ତି। ଭାଇ ଭାଉଜର ଗୀତଗୁଡ଼ିକୁ ଲେଖିଥିଲେ ନାରାୟଣ ପ୍ରସାଦ ସିଂ।

ଜଳିଯାଏ ଦହନ ଦିପାଳି- ମାନ୍ନା ଦେ

ଚତୁରି ରାଧିକା- ରଘୁନାଥ ପାଣିଗ୍ରାହୀ/ସିକନ୍ଦର ଆଲାମ୍

ଜନମ ମାଟି ପଲ୍ଲୀ ଡାକେ- ସିକନ୍ଦର ଆଲାମ୍, ନିର୍ମଳା ମିଶ୍ର ଓ ଅତିସ ମଜୁମଦାର

ଜନମ ମାଟି ପଲ୍ଲୀ ଡାକେ ଗୀତଟି ଏକ ଦେଶାତ୍ମବୋଧକ ଗୀତ ଭାବରେ ଗୋଟିଏ ସମୟରେ ଅତ୍ୟନ୍ତ ଲୋକପ୍ରିୟ ଥିଲା।

LEAVE A REPLY

Please enter your comment!
Please enter your name here