ଓଡ଼ିଶାଲାଇଭ୍ ବ୍ୟୁରୋ

blood purifier in body

ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ, ହରମୋନ୍, ଫ୍ୟାଟ୍ ଏବଂ ଶର୍କରା ପହଞ୍ଚାଇବାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ କ୍ଷମତାକୁ ନିୟନ୍ତ୍ରିତ କରିବା ଯାଏ ରକ୍ତ ଆମର ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ତେଣୁ ଶରୀର ଠିକ୍ ଭାବେ କାମ କରିବା ଲାଗି ରକ୍ତ ଶୁଦ୍ଧ ହେବା ଆବଶ୍ୟକ।

ଯଦିଓ ରକ୍ତକୁ ଶୁଦ୍ଧ କରିବାର କାମ କିଡନି ଓ ଲିଭରର ତେବେ ନିଜର ଡାଏଟରେ କିଛି ଫଳ ଏବଂ ପନିପରିବାକୁ ସାମିଲ କରି ଆପଣ ଏହି କାମକୁ ଟିକେ ସହଜ କରିପାରିବେ।

ବ୍ରୋକୋଲି: ବ୍ରୋକୋଲି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ଶୁଦ୍ଧ କରିଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଭିଟାମିନ୍ ସି, ଓମେଗା ୩ ଫ୍ୟାଟି ଏସିଡ୍, ଡାଏରୀ ଫାଇବର୍ସ, ପୋଟାସିୟମ ଓ ଫସଫରସ୍ ରହିଥାଏ। ନିୟମିତ ଭାବେ ବ୍ରୋକୋଲିକୁ ଖାଇବା ଯୋଗୁ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହାଯୋଗୁ ରକ୍ତ ଶୁଦ୍ଧ ହୁଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ।

fruitsତଟକା ଫଳ: ସେଓ, ନାସପାତି ଏବଂ ପିଜୁଳି ଭଳି ଫଳରେ ପେକ୍ଟିନ୍ ନାମକ ଏକପ୍ରକାର ଫାଇବର ଥାଏ ଯାହାକି ରକ୍ତକୁ ଶୁଦ୍ଧ କରେ। ଏହା ରକ୍ତରେ ଜମାଟ ବାନ୍ଧିଥିବା ବିଭିନ୍ନ ପ୍ରକାର ବିଷାକ୍ତ ପଦାର୍ଥ ସହ ମିଶିଯାଇ ତାକୁ ଶରୀରରୁ ବାହାର କରିଦିଏ।

carrot for health

ଗାଜର: ଭିଟାମିନ୍ ଏ, ବି, ସି ଏବଂ କେରେ ଭରପୁର ଗାଜର ଆମର ଲିଭର ବା ଯକୃତକୁ ସଫା କରିବାରେ ସହାୟକ ହୁଏ। ଫଳରେ ରକ୍ତ ଶୁଦ୍ଧିକରଣ ପ୍ରକ୍ରିୟା ସହଜ ହୋଇଯାଏ। ତେବେ ଗାଜରକୁ କଞ୍ଚା ଖାଇଲେ ଅଧିକ ଉପକାର ମିଳେ।

ସବୁଜ ପନିପରିବା: ସବୁଜ ପନିପରିବା ହୁଏତ ଆପଣଙ୍କ ପାଟିକୁ ଭଲ ଲାଗିନପାରେ। କିନ୍ତୁ ସେଗୁଡ଼ିକ ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଥାଏ ଯାହାକି ରକ୍ତପ୍ରବାହକୁ ତ୍ୱରାନ୍ୱିତ କରେ। ଏହା ଯକୃତରେ ଏନଜାଇମର ସ୍ତରକୁ ବୃଦ୍ଧି କରେ, ଏହାଯୋଗୁ ରକ୍ତ ଶୁଦ୍ଧିକରଣ ପ୍ରକ୍ରିୟାରେ ସହାୟତା ମିଳିଥାଏ।

beetroot fo healthy glowing skin

ବିଟରୁଟ୍: ବିଟରୁଟ ନାଇଟ୍ରେଟସ୍ ଏବଂ ବିଟାଲିନ ନାମକ ଆଣ୍ଟିଅକ୍ସିଡାଣ୍ଟର ପ୍ରାକୃତିକ ସ୍ରୋତ ଯାହାକି ଯକୃତକୁ ସୁସ୍ଥ ରଖିବା ସହିତ ରକ୍ତକୁ ଶୁଦ୍ଧ କରିବାରେ ସହାୟତା କରିଥାଏ।

jaggery

ଗୁଡ଼: ଗୁଡ଼କୁ ପ୍ରାକୃତିକ ବ୍ଲଡ୍ ପ୍ୟୁରିଫାୟର ଭାବେ ଗଣନା କରାଯାଏ। ଏଥିରେ ଥିବା ଫାଇବର ପାଚନତନ୍ତ୍ରକୁ ସୂଚାରୁ ରୂପେ କାମ କରିବା ଲାଗି ସହାୟତା କରିଥାଏ। ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ହୁଏନାହିଁ, ପୁରି ଶରୀରରୁ ଦୂଷିତ ପଦାର୍ଥ ମଧ୍ୟ ବାହାରି ଯାଏ। ଏହାଛଡ଼ା ଗୁଡ଼ରେ ଥିବ ଲୌହ ଶରୀରରେ ହିମୋଗ୍ଲୋବିନ୍ର ସ୍ତରକୁ ବୃଦ୍ଧି କରିଥାଏ, ଫଳରେ ରକ୍ତପ୍ରବାହ ତ୍ୱରାନ୍ୱିତ ହୁଏ। କେବଳ ସେତିକି ନୁହେଁ, ଶରୀରରେ କୌଣସି ସ୍ଥାନରେ ରକ୍ତ ଜମାଟ ବାନ୍ଧିଥିଲେ ଗୁଡ଼ ତାକୁ ବାହାର କରିବାରେ ସହାୟତା କରେ।

coffee for health

କଫି: କଫି ପିଇବାର ଅନେକ ଫାଇଦା ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ରକ୍ତ ଶୁଦ୍ଧିକରଣ। ଗୁରୁତର ଲିଭର ସମସ୍ୟା ଭୋଗୁଥିବା ଲୋକଙ୍କଠାରେ ସିରୋସିସ୍ ହେବାର ଆଶଙ୍କାକୁ ଏହା କମାଇଦେଇଥାଏ। ସେହିପରି ଲିଭର କ୍ୟାନସର ହେବାର ରିସ୍କକୁ ବି କମାଇଦିଏ। କେବଳ ସେତିକି ନୁହେଁ, ଲିଭରରେ ଫ୍ୟାଟ ଏବଂ କୋଲେଜନକୁ ଏକତ୍ରିତ ହେବାରୁ ଏହା ଅଟକାଏ।

fish curry for health

ମାଛ: ଚୂନା ମାଛରେ ଓମେଗା ୩ ଫ୍ୟାଟି ଏସିଡର ପରିମାଣ ଖୁବ୍ ଅଧିକ ଥାଏ ଏହା ରକ୍ତରେ ଟ୍ରାଇଗ୍ଲିସେରାଇଡ୍ସର ସ୍ତରକୁ କମ୍ କରିଥାଏ। ସେହିପରି ଏହା ରକ୍ତଚାପ ବି କମାଇଦିଏ। ଯାହାଦ୍ୱାରାକି ଲିଭର ଓ କିଡନି ରକ୍ତ ଶୁଦ୍ଧ ହୋଇଥାଏ।

Comment