ଓଡ଼ିଶାଲାଇଭ୍ ବ୍ୟୁରୋ

ଦୈନିକ ଆହାରରେ କିଛି ନା କିଛି ପୋଟାସିୟମ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ। ପୋଟାସିୟମ୍ ଯୁକ୍ତ ଖାଦ୍ୟ ସ୍ଵାସ୍ଥ୍ୟ ପାଇଁ ଅତି ଆବଶ୍ୟକ। ଖଣିଜ ଉପାଦାନଯୁକ୍ତ ଖାଦ୍ୟ ସ୍ନାୟୁ ତନ୍ତ୍ରକୁ ସକ୍ରିୟ ରଖିବାରେ ସହାୟକ ହୁଏ। ରକ୍ତ ସ୍ତର ଓ ମାଂସପେଶୀକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରେ। ପୋଟାସିୟମ୍ ଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପ ଓ ଷ୍ଟ୍ରୋକ୍ ଭଳି ଆଶଙ୍କାକୁ କମ୍ କରିଥାଏ।  କଦଳୀ, ଆଳୁ, ଦହି, କନ୍ଦମୂଳ, ବିଟ୍, ଆଭାକାଡୋ, ପାଳଙ୍ଗ, କମଳା, ଖଜୁରୀ, ଟମାଟର, ଏହି ୧୦ ଗୋଟି ଖାଦ୍ୟ ସାମଗ୍ରୀରେ ପୋଟାସିୟମ୍‌ର ପରିମାଣ ଭରପୂର ପରିମାଣରେ ରହିଛି। ଆସନ୍ତୁ ଜାଣିବା ଏହି ୧୦ଗୋଟି ପୋଟାସିୟମ୍ ଯୁକ୍ତ ଖାଦ୍ୟ ବିଷୟରେ।

କଦଳୀରେ ପ୍ରାୟ ୪୦୦ ମିଲିଗ୍ରାମ୍‌ରୁ ଅଧିକ ପୋଟାସିୟମ୍‌ର ମାତ୍ରା ରହିଛି। ଏଥିରେ ଭିଟାମିନ୍ ବି-୬, ଫାଇବର୍ ଓ ଭିଟାମିନ୍-ସି ମଧ୍ୟ ରହିଛି ଯାହା ଶରୀରକୁ ସୁସ୍ଥ ଓ ସତେଜ ରଖେ।

ଏଭୋକାଡୋରେ ପୋଷକ ତତ୍ୱରେ ଭରପୂର। ଗୋଟିଏ ଆଭୋକାଡୋ ପ୍ରାୟ ୯୭୫ ମିଲିଗ୍ରାମ୍ ପୋଟାସିୟମ୍ ସହିତ ସମାନ। ଏହାଛଡ଼ା ଏଥିରେ ଭିଟାମିନ୍ ବି ରହିଛି। ଏହା ଗୋଟିଏ କୋଲେଷ୍ଟାରଲ୍ ମୁକ୍ତ ଫଳ।

ପାଳଙ୍ଗରେ ପୋଟାସିୟମ୍ ସହିତ ଭିଟାମିନ୍, ମିନେରାଲ୍ ବି ରହିଛି। ଗୋଟିଏ କପ୍ ପାଳଙ୍ଗରେ ୪୫୦ ଗ୍ରାମ୍ ପୋଟାସିୟମ୍‌ର ପରିମାଣ ରହିଛି। ଏହା ଆଇରନ୍ ଓ ଫାଇବରର ମହତ୍ଵପୂର୍ଣ୍ଣ ସ୍ରୋତ। ଆନିମିଆ ରୋଗୀଙ୍କ ପାଇଁ ପାଳଙ୍ଗ ଏକ ଉତ୍ତମ ପ୍ରାକୃତିକ ଔଷଧ।

ବିଟ୍‌ରେ ଅତ୍ୟଧିକ ମାତ୍ରରେ ପୋଟାସିୟମ୍ ରହିଛି। ଗୋଟିଏ କପ୍ ବିଟ୍ ରସରେ ପ୍ରାୟ ୫୧୮ ମିଲିଗ୍ରାମ୍ ପୋଟାସିୟମ୍ ଗୁଣ ରହିଛି, ଅର୍ଥାତ୍ ଶରୀର ପାଇଁ ଦୈନିକ ଆବଶ୍ୟକ ମାତ୍ରା ୧୧ ପ୍ରତିଶତ ଅଟେ। ଶରୀରରେ ଆଇରନ୍ ସ୍ତର ବା ହିମୋଗ୍ଲୋବିନ୍ ଅଭାବକୁ ପୂରା କରିଥାଏ।

ଆଳୁରେ କଦଳୀଠାରୁ ଅଧିକ ପୋଟାସିୟମ୍‌ର ଉପାଦାନ ରହିଛି।  ସିଝା ଆଳୁରେ ୯୪୧ ମିଲିଗ୍ରାମ୍ ପୋଟାସିୟମ୍ ରହିଛି। ଏହା ଶରୀରର ଦୈନିକ ଆବଶ୍ୟକତାର ପ୍ରାୟ ୨୦ ଭାଗ ଅଟେ। କିନ୍ତୁ ସିଝା ଆଳୁକୁ ଟିକିଏ ଥଣ୍ଡା କରି ଖାଆନ୍ତୁ।

କମଳାରେ ପୋଟାସିୟମ୍ ଓ ଭିଟାମିନ୍‌ର ସ୍ରୋତ ଅତ୍ୟଧିକ ପରିମାଣରେ ରହିଥାଏ।

ଖଜୁରୀରେ ଅଧା କପ୍ ଖଜୁରୀରେ ୫୮୪ ମିଲିଗ୍ରାମ୍ ପୋଟାସିୟମ୍ ରହିଛି। ଖଜୁରୀକୁ ଖାଲି ଖାଇପାରିବେ କିମ୍ବା କ୍ଷୀରରେ ପକାଇ ପିଇପାରିବେ।

ଟମାଟ- ଏକ ଚତୁଥାଂଶ ଟମାଟର ରସରେ ୬୬୪ ମିଲିଗ୍ରାମ ପୋଟାସିୟମ୍ ଗୁଣ ରହିଛି। ଏହସହିତ ଏଥିରେ ୨.୮ ମିଲିଗ୍ରାମ ଭିଟାମିନ୍, ୩୪ ମିଲିଗ୍ରାମ୍ ଲିକୋପିନ୍ ଓ ୫୪ ଭାଗ କ୍ୟାଲୋରୀ ରହିଛି।

ଦହି- ପ୍ରାୟ ୨୨୦ ଗ୍ରାମ୍ ଦହି ୫୭୯ ମିଲିଗ୍ରାମ୍ ପୋଟାସିୟମ୍‌ଯୁକ୍ତ। ହଦିରେ କାଲିସିୟମ୍ ପରିମାଣ ବି ରହିଛି ଯାହା ଅସ୍ଥିକୁ ସୁଦୃଢ଼ କରେ।

Comment