ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ମାଓନେତା ରାକେଶ ସୋଡ଼ିଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ବଣ୍ଡାଘାଟି ପାକନାଗୁଡ଼ର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ରାକେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଆନ୍ଧ୍ର ଓଡ଼ିଶା ବର୍ଡ଼ର ସ୍ପେଶାଲ ଜୋନାଲ କମିଟିର ମେମ୍ବର ରାକେଶ ମିଲିଟାରୀ ପ୍ଲାଟୁନ୍‌ ମୁଖ୍ୟଥିଲେ। ରାକେଶ ସୋଡ଼ିଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲା ପଟ୍ଟାପାଡ଼ ଗାଁରେ। ପୂର୍ବରୁ ରାକେଶଙ୍କୁ ଧରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ଆଜି ସକାଳୁ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସୀମାରେ ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଥିଲେ।

LEAVE A REPLY

Please enter your comment!
Please enter your name here