ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ହକିର ଜନ୍ମଦାତା ତଥା ମହାନ ଭାରତୀୟ ହକି ଖେଳାଳି ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ପ୍ରତିବର୍ଷ ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ଭାବେ ପାଳନ କରାଯାଏ।

ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଅଲମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ଜିତେଇ ଇତିହାସ ରଚିଥିଲେ। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।

ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ଖେଳ ଜଗତରେ ଉକୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଥାଏ। ଏହି ଦିନରେ ଖେଳାଳିମାନଙ୍କୁ ବିଭିନ୍ନ ଖେଳ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ, ଅର୍ଜୁନ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ।

ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରିକେଟର ରବୀନ୍ଦ୍ର ଜାଡ଼େଜାଙ୍କୁ ଅର୍ଜୁନ ପୁରସ୍କାର ମିଳିବା ନେଇ ଘୋଷଣା ହୋଇସାରିଛି। ସେହିପରି ପାରା ବ୍ୟାଡମିଣ୍ଟନରେ ଡବଲ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯିବ।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାରା ଆଥଲେଟ୍ ଦୀପା ମଲ୍ଲିକ ଓ ରେସଲର୍ ବଜରଙ୍ଗ ପୁନିଆଙ୍କୁ ଏଥର ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ।

LEAVE A REPLY

Please enter your comment!
Please enter your name here