ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଆଗଧାଡ଼ି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତରୁ ଦୂରେଇ ରହିଲେ ବି ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ କିଛି କମ୍‌ ହୋଇନାହିଁ। ସୋସିଆଲ୍ ମିଡିଆରେ ଐଶ୍ୱର୍ଯ୍ୟାଙ୍କ ଅଲ୍ ଟାଇମ୍ ପ୍ରେଜେନ୍ସ୍ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଏପରି ସେ ସବୁବେଳେ ନିଜ ଫ୍ୟାନ୍ସ୍ ମାନଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି।

ବର୍ତ୍ତମାନ ଐଶ୍ୱର୍ଯ୍ୟାଙ୍କର ଲେଟେଷ୍ଟ୍ ଅପ୍ ଡେଟ୍ ହେଲା ‘ପିକକ୍’ ମ୍ୟାଗାଜିନ୍ ରେ ଛପିଥିବା ତାଙ୍କର ଗ୍ଲାମରସ୍ କଭର୍ ଫଟୋ। ଡିଜାଇନର୍ ସେନ୍ ପିକକ୍ ଐଶ୍ବର୍ଯ୍ୟାଙ୍କ ଏହି କଭର୍ ଫଟୋଟିକୁ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର୍ କରିଛନ୍ତି।

‘ଐଶ୍ୱର୍ଯ୍ୟା ରାଏ ବଚ୍ଚନ: ଏ ଟାଇମ୍ ଲେସ୍ ଷ୍ଟାର୍’ କ୍ୟାପସନରେ ପୋଷ୍ଟ କରାଯାଇଥିବା ଐଶ୍ୱର୍ଯ୍ୟାଙ୍କ ଏହି କଭର୍ ଫଟୋ ପୁଣିଥିରେ ଆଣିଦେଇଛି ଚର୍ଚ୍ଚା ଘେରକୁ। ଲାଲ ରଙ୍ଗର ଗ୍ଲାମରସ୍ ଡ୍ରେସ ପିନ୍ଧି ହଟ୍ ଲୁକ୍ ରେ ପୋଜ୍ ଦେଇଛନ୍ତି ଐଶ୍ୱର୍ଯ୍ୟା । ମାଗାଜିନର ଫଟୋ ସୁଟ୍ ନ୍ୟୁୟର୍କ ସହରରେ କରାଯାଇଛି।

ଏହା ଡିଜାଇନର୍ ସେନ୍ ପିକକ୍ ଓ ଫାଲ୍ଗୁନିଙ୍କର ପ୍ରଥମ ସଂସ୍କରଣ। ପିକକ୍‌ର ପ୍ରଥମ ସଂସ୍କରଣରେ ଐଶ୍ୱର୍ଯ୍ୟା ଙ୍କ ଫଟୋ ଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ଡିଜାଇନର୍ ସେନ୍।

LEAVE A REPLY

Please enter your comment!
Please enter your name here