ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ବସ୍‌ର ଫିଟନେସକୁ ବାତିଲ କରାଯିବ। ବସ୍‌ରେ ଯାତ୍ରୀମାନଙ୍କର ସୁରକ୍ଷା ଓ ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ ବସ୍‌ ମାଲିକ ସଂଘ, ଆରଟିଓ ଓ ପୋଲିସ ଏସିପିଙ୍କ ଏକ ମିଳିତ ବୈଠକ ହୋଇଥିଲା। ଟ୍ରାଫିକ ପୋଷ୍ଟଠାରୁ ୨ ଶହ ମିଟର ଦୂରରେ ବସ୍‌ ରଖାଯିବ ଓ ବସ୍‌ ଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲେ ବସ୍‌ର ଫିଟନେସକୁ ବାତିଲ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହାସହ ଜୟଦେବ ବିହାର, ବାଣୀବିହାର ଓ ପଳାଶୁଣୀ ଛକ ବସ୍‌ ପାର୍କିଂକୁ କମିସନରେଟ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ କରାଯାଇଛି। ପ୍ରତି ସ୍ଥାନରେ ବସ୍‌ ପାର୍କିଂ ଓ ଯାତ୍ରୀଙ୍କୁ ଉଠାଇବାକୁ ବ୍ୟବସ୍ଥା କରାଯିବା ନେଇ ଆଲୋଚନା କରାଯାଇଛି।

ବୁଧବାର ଭୁବନେଶ୍ଵର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଚକାଡୋଳା ନାମକ ଏକ ବସ୍‌ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏଥିରେ କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିଲା। ବସ୍‌ରେ ନିଆଁ ଲାଗିବା ପରେ ସମସ୍ତେ ବସ୍‌ ବାହରକୁ ଚାଲି ଆସିଥିଲେ। ଏହି ଘଟଣା ପରେ ଆରଟିଓ ଏଭଳି ନିଷ୍ପତ୍ତି ନେଇଛି।

Comment