ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବ୍ୟାଙ୍କ୍‌ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ମିଶିଯିବେ ଦେଶର ୧୦ଟି ଜାତୀୟ ବ୍ୟାଙ୍କ। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏନେଇ ବଡ଼ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କଗୁଡ଼ିକ ମିଶିଛନ୍ତି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ + ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ + ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

କାନାରା ବ୍ୟାଙ୍କ + ସିଣ୍ଡିକେଟ୍‌ ବ୍ୟାଙ୍କ

ୟୁନିୟନ ବ୍ୟାଙ୍କ + ଆନ୍ଧ୍ରା ବ୍ୟାଙ୍କ + କର୍ପୋରେସନ ବ୍ୟାଙ୍କ

ଇଣ୍ଡିଆନ ବ୍ୟାଙ୍କ + ଆଲ୍‌ହାବାଦ ବ୍ୟାଙ୍କ

ଦେଶର ୧୦ଟି ଜାତୀୟ ବ୍ୟାଙ୍କର ମିଶ୍ରଣ ଘଟି ୪ଟି ବ୍ୟାଙ୍କ ଗଠନ କରାଯିବ। ଏଥିସହିତ ଦେଶରେ ରହିବ ମୋଟ ୧୨ଟି ସରକାରୀ ବ୍ୟାଙ୍କ।

ବର୍ତ୍ତମାନ ଭାରତର ଅର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ତେବେ ଏହି ସମୟରେ ଦେଶର ପ୍ରମୁଖ ୧୦ଟି ଜାତୀୟ ବ୍ୟାଙ୍କର ବିଲୟ ଭାରତର ଆର୍ଥିକ ବ୍ୟବସ୍ଥାରେ କିଭଳି ପରିବର୍ତ୍ତନ ଆଣୁଛି, ତାହା ଉପରେ ସମସ୍ତଙ୍କ ନଜର।

Comment