ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୮ ମେଗାପିକ୍ସେଲ କ୍ୟାମେରା ଯୁକ୍ତ ‘ସାମସଙ୍ଗ ଗାଲାକ୍ସି ଏମ୍‌୩୦ଏସ୍‌’ ଖୁବ୍‌ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଆସନ୍ତା ମାସରେ ଏହି ସ୍ମାର୍ଟଫୋନକୁ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଲଞ୍ଚ ହେବା ପୂର୍ବରୁ ସୋସିଆଲ ମିଡିଆରେ ‘ଗାଲାକ୍ସି ଏମ୍‌୩୦ଏସ୍‌’ ସ୍ମାର୍ଟଫୋନର କିଛି ଫଟୋ ଲିକ୍‌ ହୋଇଛି।

‘ଗାଲାକ୍ସି ଏମ୍‌୩୦ଏସ୍‌’ ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି। ପ୍ରାଇମେରୀ କ୍ୟାମେରାରେ ହେଉଛି ୪୮ ମେଗାପିକ୍ସେଲ। ଆଇଏଏନ୍‌ଏସ୍‌ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏହି ସ୍ମାର୍ଟଫୋନର ମୂଲ୍ୟ ୧୫ ହଜାରରୁ ୨୦ ହଜାର ଟଙ୍କା ମଧ୍ୟରେ ରହିପାରେ।

ଅନ୍ୟପକ୍ଷରେ ‘ଗାଲାକ୍ସି ଏମ୍‌୩୦ଏସ୍‌’ ସ୍ମାର୍ଟଫୋନ ପ୍ରଥମେ ଭାରତରେ ଲଞ୍ଚ କରାଯାଇପାରେ ବୋଲି ବିଭିନ୍ନ ରିପୋର୍ଟରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସ୍ମାର୍ଟଫୋନରେ ୬ ହଜାର ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।

ଗାଲାକ୍ସି ଏମ୍‌୩୦ଏସ୍‌’ ସ୍ମାର୍ଟଫୋନ ହେଉଛି ‘ଏମ୍‌୩୦’ର ଅପଗ୍ରେଡ ଭର୍ସନ। ଏହି ସ୍ମାର୍ଟଫୋନରେ ଏକ୍ସିନୋଜ ୯୬୧୦ ପ୍ରୋସେସର ମିଳିବ। ସେହିପରି କମ୍ପାନି ଦୁଇଟି ଭାରିଏଣ୍ଟ ୪ଜିବି+୬୪ ଜିବି ଏବଂ ୬ଜିବି+୧୨୮ଜିବି ଲଞ୍ଚ କରିବା ନେଇ ଆଶା କରାଯାଉଛି।

Comment