ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ଧରି ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଲେନୋଭୋ ପକ୍ଷରୁ ଭାରତରେ କୌଣସି ସ୍ମାର୍ଟଫୋନ ଲଞ୍ଚ କରାଯାଇନଥିଲା। ତେବେ ଖୁବଶୀଘ୍ର ‘ଲେନୋଭୋ’ କମ୍ପାନି ଭାରତରେ ଏକାବେଳକେ ଲଞ୍ଚ କରିବ ତିନି ତିନୋଟି ସ୍ମାର୍ଟଫୋନ।

ଆସନ୍ତା ସେପ୍ଟେମ୍ବର ୫ରେ ଲେନୋଭୋ Z6 Pro, K10 Note ଏବଂ A6 Note ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିବ। ଏଭିତରୁ Z6 Pro କମ୍ପାନିର ଫ୍ଲାଗସିପ ସ୍ମାର୍ଟଫୋନ ରହିବ। ଏହି ତିନୋଟି ସ୍ମାର୍ଟଫୋନକୁ ଅଲଗା ଅଲଗା ଦାମ୍‌ରେ ବଜାରକୁ ଝଡ଼ା ଯିବ।

ଲେନୋଭୋ Z6 Pro ସ୍ମାର୍ଟଫୋନରେ ୬.୩୯ ଇଞ୍ଚର ଫୁଲ ଏଚ୍‌ଡି ଡିସପ୍ଲେ ଦିଆଯାଇଛି। ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ସହିତ ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ରେସେସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୪୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରାଯୁକ୍ତ ୪ଟି କ୍ୟାମେରା ରହିଛି। ସେହିପରି ୩୨ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି Z6 Pro ସ୍ମାର୍ଟଫୋନରେ।

Comment