ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକା ହ୍ରଦ ନିକଟରେ ଅଟକି ରହିଥିବା ଜାହାଜକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଏହି ଜାହାଜ ପାଖରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି। ପ୍ରତିଦିନ ଜାହାଜକୁ ଦେଖିବା ଲାଗି ଚିଲିକା ରାଜହଂସ ପାଖରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ ହୋଇ ଏଠାରେ ଲାଗିଥିବା ଜାହାଜଟି ଧୀବର ଓ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ହୋଇଥିବାବେଳେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟଛି।

ପାଖାପାଖି ଏକ ମାସ ହେବ ମାଲେସିଆର ମାଲବାହୀ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଛି। ଏହା ସ୍ଥାନୀୟ ଡଙ୍ଗା ଚାଳକଙ୍କୁ ଭଲ ଦୁଇପଇସା ରୋଜଗାର ବି ଦେଉଛି। ସେପଟେ ଜାହାଜ ସୁରକ୍ଷା ଦାୟିତ୍ୱରେ ଥିବା ନିକଟସ୍ଥ ଖିରିସାହି ଗ୍ରାମର ଲୋକେ ଏଠାରେ ତମ୍ବୁ କରି ରହିବା ସହ ସୁରକ୍ଷା ପାଇଁ ଜାହାଜ ମାଲିକଠାରୁ ମୋଟା ଅଙ୍କରେ ଅର୍ଥ ପାଉଥିବା କୁହାଯାଉଛି।

Comment