ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ : ୪୬ତମ ଜାତୀୟ ସବ୍ଜୁନିଅର ବାସ୍କେଟବଲ୍ ଚାମ୍ପିଅନ୍ସିପ୍ ଆଜିଠୁ କଟକରେ ଆରମ୍ଭ ହୋଇଛି। ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମ୍ ଏବଂ ବାରବାଟୀ ଷ୍ଟାଡିୟମ୍ ଇନ୍ଡୋର କମ୍ପ୍ଲେକ୍ସଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ୨୬ଟି ରାଜ୍ୟରୁ ପ୍ରାୟ ୧ହଜାରରୁ ଅଧିକ ଖେଳାଳି ଏବଂ ଅଫିସିଆଲ୍ସ ଅଂଶଗ୍ରହଣ କରିଛନ୍ତି। ଆଜି ଉଦ୍ଘାଟନୀ ଦିବସରେ ପୁରୁଷ ବର୍ଗରେ ୮ଟି ମ୍ୟାଚ ଖେଳାଯାଇଛି।
ଏଥିରେ ରାଜସ୍ଥାନ ୮୬-୩୫ରେ ଆନ୍ଧ୍ରପ୍ରଦେଶକୁ, ପଞ୍ଜାବ ୫୯-୨୩ରେ ବିହାରକୁ, ଉତ୍ତରପ୍ରଦେଶ ୫୯-୫୨ରେ କର୍ଣ୍ଣାଟକକୁ, ମିଜୋରାମ ୮୯-୧ରେ ଗୋଆକୁ, ତେଲେଙ୍ଗାନା ୬୯-୨୧ରେ ଝାଡ଼ଖଣ୍ଡକୁ, ଗୁଜୁରାଟ ୪୫-୩୯ରେ ମଣିପୁରକୁ, କେରଳ ୪୭-୪ରେ ପୁଡୁଚେରୀକୁ ଏବଂ ହରିୟାଣା ୬୬-୩୪ରେ ତାମିଲନାଡକୁ ପରାସ୍ତ କରିଛି।
ମହିଳା ବର୍ଗରେ କର୍ଣ୍ଣାଟକ ୫୮-୪୮ରେ ପଞ୍ଜାବକୁ, ମହାରାଷ୍ଟ୍ର ୬୪-୧୯ରେ ହରିୟାଣାକୁ, ତେଲେଙ୍ଗାନା ୩୯-୮ରେ ଉତ୍ତରାଖଣ୍ଡକୁ, ଗୁଜୁରାଟ ୩୫-୬ରେ ମଣିପୁରକୁ, ଚଣ୍ଡିଗଡ ୩୬-୧୬ରେ ଆନ୍ଧ୍ରପ୍ରଦେଶକୁ ଏବଂ ତାମିଲନାଡୁ ୬୫-୧୫ରେ ରାଜସ୍ଥାନକୁ ହରାଇଛି।
ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଆର୍ ଭିନିଲ୍ କ୍ରୀଷ୍ଣା, ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା, ବାସ୍କେଟବଲ୍ ଅଲିମ୍ପିଆନ୍ ଡି.ପି.ଇରାନି ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ବାସ୍କେଟ ବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି କେ.ଗୋବିନ୍ଦରାଜ, ସଚିବ ଚନ୍ଦ୍ରମୁଖି ଶର୍ମା, କୋଷାଧ୍ୟକ୍ଷ ଡକ୍ଟର ଭି ରାଗହୋଥାମନ୍ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ବାସ୍କେଟବଲ୍ ସଂଘର ସଭାପତି ଅଶୋକ କୁମାର ସାହୁ ଉଦ୍ଘାଟନୀ ସଭାରେ ସଭାପତିତ୍ୱ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା।


















