ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତାର ସହିତ ଘରେ ବସି ପରୀକ୍ଷା ଦେଇଛନ୍ତି। ଶେଷ ସେମିଷ୍ଟର ପିଲାଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହାକୁ କୁହାଯାଉଛି ‘ହୋମ ବେସ୍‌ଡ ଓପନ ବୁକ ଫାଇନାଲ ଏକଜାମ’।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁଲାଇ ୬ରୁ ୧୧ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ଓ ସାହିତ୍ୟ, ଗଣମାଧ୍ୟମ, ହିନ୍ଦୀ, ସଂସ୍କୃତ ଆଦି ବିଭାଗର ପିଲା ଏହି ପରୀକ୍ଷା ଦେଇଥିଲେ।

ପରୀକ୍ଷା ପ୍ରକ୍ରିୟା ଅନୁଯାୟୀ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ଗୁଗୁଲ ଫର୍ମ, ଇମେଲ ଓ ହ୍ୱାଟସଆପ ଜରିଆରେ ପିଲାଙ୍କ ପାଖକୁ ପ୍ରଶ୍ନ ପଠାଯାଇଥିଲା, ଯାହାକୁ ସେମାନେ ଉତ୍ତର ଖାତାରେ ଲେଖିଥିଲେ। ଦିନ ୧୦ଟାରୁ ୧ଟା ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ସରିବା ପରେ ପରୀକ୍ଷାର୍ଥୀମାନେ ଘଣ୍ଟାଏ ମଧ୍ୟରେ ଉତ୍ତର ଖାତାକୁ ସେହି ପ୍ରକାରେ ଗୁଗଲ ଫର୍ମ, ଇମେଲରେ ଅପଲୋଡ କରିଥିଲେ।

ଏହି ଅଭିନବ ପ୍ରୟାସ ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ ପିଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment