ଓଡ଼ିଶାଲାଇଭ ବ୍ୟୁରୋ  

ଦୁଇଦିନର ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ପୁରୀ ଶ୍ରୀ ମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା। ଲଙ୍ଗୁଳି ମଠ, ଏମାର ମଠ ପରେ ଏବେ ବଡ଼ ଆଖଡ଼ା ମଠର ପାଳି। ତେବେ ମଠ ଭାଙ୍ଗିବାକୁ ପ୍ରଶାସନ ଚାପ ପକାଉଛି ବୋଲି ମଠ ମହନ୍ତ ଅଭିଯୋଗ କରିଛନ୍ତି।

‘‘ମଠ ବିପଦ ସଙ୍କୁଳ ଅବସ୍ଥାରେ ନାହିଁ, ବରଂ ବିପଦ ସଙ୍କୁଳ ଦର୍ଶାଇ ଦସ୍ତାବିଜରେ ଦସ୍ତଖତ ପାଇଁ ପ୍ରଶାସନ ବାଧ୍ୟ କରୁଛନ୍ତି’’, ମଠ ମହନ୍ତ କହିଛନ୍ତି।

ମଠ ଭଙ୍ଗାକୁ ମହନ୍ତ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଛି।  ଜିଲ୍ଲା ପ୍ରଶାସନ ଓ ପୋଲିସ ମଠ ମହନ୍ତଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏହି ମଠ ଭଙ୍ଗାକୁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ବିରୋଧ କରିଛନ୍ତି।

ପୁରୀ ଶ୍ରୀ ମନ୍ଦିରକୁ ବିଶ୍ଵ ଐହିହ୍ୟରେ ସାମିଲ କରିବାକୁ ଏହି ଉଚ୍ଛେଦ କରାଯାଉଛି। ଏହି ଉଚ୍ଛେଦରେ ପୁରୀରେ ବହୁ ପୁରୁଣା ମଠ ସହ ବିଭିନ୍ନ ଦୋକାନ ମଧ୍ୟ ଭଙ୍ଗା ହୋଇଯାଇଛି। ଏହା ପୂର୍ବରୁ ଏମାର ମଠ ଓ ଲଙ୍ଗୁଳି ମଠ ଭଙ୍ଗା ସରିଛି।

ଏହି ଉଚ୍ଛେଦ ଅନେକ ସ୍ଥାନରେ ବିରୋଧ ହେବା ପରେ ସରକାର ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି। ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନମାନଙ୍କ ପାଇଁ ସରକାର ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

Comment