ଓଡ଼ିଶାଲାଇଭ ବ୍ୟୁରୋ

ଗୋଟିଏ ପରେ ଗୋଟିଏ ଅପରାଧୀକୁ ସାବାଡ଼ କରିବାକୁ ଲାଗିଛି ରାଜଧାନୀ ପୋଲିସ। କିଛିଦିନର ବିରତୀ ପରେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଡକାୟତି ଉଦ୍ଦେଶ୍ୟରେ ନୟାଗଡ଼ରୁ ଭୁବନେଶ୍ଵର ଆସିଥିବା ଅପରାଧି ସୁଶାନ୍ତ ମାଝି ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। କଳିଙ୍ଗ ନଗର କେ ୭ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି।

ଶୁସାନ୍ତର ଘର ନୟାଗଡ଼ ଜିଲ୍ଲା ହାଟବସ୍ତା ଅଞ୍ଚଳରେ। ଡକାୟତି ଉଦ୍ଦେଶ୍ୟରେ ସେ ନୟାଗଡ଼ରୁ ଭୁବନେଶ୍ଵର ଆସିଥିଲା। କୌଣସି ସୂତ୍ରରୁ ପୋଲିସ ଖବର ପାଇ ତାକୁ କାବୁ କରିବାକୁ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଏହି ସମୟରେ ସୁଶାନ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଏଥିରେ ଶୁସାନ୍ତର ବାମ ଗୋଡ଼ରେ ଗୁଳି ବାଜିଥିଲା।

ତାକୁ ପ୍ରଥମେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଶୁସାନ୍ତଠାରୁ ୯ ଏମ୍‌ଏମ୍‌ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ କରାଯାଇଛି। ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଡକାୟତି ଓ ହତ୍ୟା ମାମଲା ରହିଛି।

LEAVE A REPLY

Please enter your comment!
Please enter your name here