ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଛୋଟା ରାଜନକୁ ଦିଲ୍ଲୀ ସ୍ଥିତି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟରେ ଯନ୍ତ୍ରଣା କାରଣରୁ ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଛନ୍ତି। ନିକଟରେ ସେ କରୋନାରୁ ସୁସ୍ଥ ହୋଇ ଫେରିଥିଲା।

ଚଳିତ ବର୍ଷ ମେ’ ୭ ତାରିଖରେ ଛୋଟା ରାଜନର ମୃତ୍ୟୁ ହୋଇଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। କିନ୍ତୁ ଏହାକୁ ପରେ ଏମ୍ସ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷ କହିଥିଲେ, ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ହେଉଥିଲେ। ତାଙ୍କର ମୃତ୍ୟୁ ହୋଇନାହିଁ।

ସାମ୍ବାଦିକ ଜ୍ୟୋତିର୍ମୟ ଦେ ହାତ୍ୟାକାଣ୍ଡରେ ଛୋଟା ରାଜନକୁ ୨୦୧୫ରେ ଇଣ୍ଡୋନେସିଆରୁ ପୋଲିସ ଗିରଫ କରିଥିଲା। ପରେ ଏହି ମାମଲାର ବିଚାର କରି ତାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ ମୁମ୍ବାଇର ମକୋକା କୋର୍ଟ। ଆଜକୁ ୬ବର୍ଷ ହେବ ଦିଲ୍ଲୀର ତିହାର ଜେଲ୍‌ରେ ସଜା କାଟୁଛି ଗ୍ୟାଙ୍ଗଷ୍ଟର ଛୋଟା ରାଜନ। ଛୋଟା ରାଜନଙ୍କ ସମେତ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୮ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ ଜେଲ୍ ହୋଇଥିଲା।

Comment