ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ପୋଲିସ ପରେ ଏବେ ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ପୋଲିସ। ଆଜି ଦୁର୍ଦ୍ଦାନ୍ତ ଅପରାଧୀ ସେକ ମେହେତାବକୁ ଏନକାଉଣ୍ଟର କରିଛି କେନ୍ଦ୍ରପଡ଼ା ପୋଲିସ। ସେକ ମେହତାବର ଦୁଇ ଆଣ୍ଠୁରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମେହତାବ ଓ ତା’ ସହଯୋଗୀ କେନ୍ଦ୍ରାପଡ଼ା ସହରକୁ ଆସୁଥିବା ଜାଣି କେନ୍ଦ୍ରାପଡ଼ା ପୋଲିସ ଓ ସ୍ପେସାଲ ସ୍କ୍ଵାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ପ୍ରଥମେ ମେହତାବ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲା। ପରେ ପୋଲିସର ପାଲଟା ଆକ୍ରମଣରେ ମେହତାବ ଆହତ ହୋଇଥିଲା। ତା’ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ମେହତାବଠୁ ପୋଲିସ ୯ ଏମ୍‌ଏମ୍ ପିସ୍ତଲ, ୯ହଜାର ଟଙ୍କା, ଦୁଇ ଦଜାର ଟଙ୍କା ଓ ଗୋଟିଏ ମୋବାଇ ଜବତ କରିଛି। ମେହତାବ ନାମରେ କେନ୍ଦ୍ରପଡ଼ା ଥାନାରେ ୮ରୁ ଅଧିକ ମାମଲା ଓ ବାଲେଶ୍ଵର, ଜଗତସିଂହପୁର, ଯାଜପୁର ଥାନାରେ ୩୦ରୁ ଅଧିକ ମାମଲା ରହିଛି। ଦାଦାବଟି, ଡକାୟତି, ଲୁଟ ଓ ପୋଲିସ ଉପରକୁ ଗୁଳି ଚାଳନା ଇତ୍ୟାଦି ମାମଲାରେ ସେ ସଂପୃକ୍ତ। ଏହାଛଡ଼ା ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ।

Comment