ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୂଆଁ, ଧୂଳି, ପ୍ରଦୂଷଣ କେଶକୁ ରୁକ୍ଷ କରିଦିଏ। କଣ୍ଡିସନର୍ କେଶକୁ କୋମଳ କରିବା ପାଇଁ ସ୍ୟାମ୍ପୁ ପରେ ବ୍ୟବହାର କରାଯାଏ। କିନ୍ତୁ ବଜାରରେ ମିଳୁଥିବା କଣ୍ଡିସନର୍ ହାନିକାରକ ରସାୟନଯୁକ୍ତ ହୋଇଥାଏ, ଯାହା କେଶକୁ କ୍ଷତାକ୍ତ କରିଦିଏ। ତେବେ ଘରେ ଥିବା କଦଳୀକୁ ପ୍ରାକୃତିକ କଣ୍ଡିସନର୍ ଭଳି ବ୍ୟହାର କରିପାରିବେ।

କଦଳୀରେ ଭିଟାମିନ୍, ପୋଟାସିୟମ୍, ମିନେରାଲ୍, ପ୍ରୋଟିନ୍ ତଥା ବହୁ ଖଣିଜ ଉପାଦାନରେ ଭରପୁର। ଏହା କେଶ ପାଇଁ ଏକ ପ୍ରାକୃତିକ କଣ୍ଡିସନର୍। କେଶକୁ ସୁସ୍ଥ, ଘନ ଓ କୋମଳ କରିବା ପାଇଁ ଏହା ଏକ ଭଲ କଣ୍ଡିସନର୍ ଭଳି କାମ କରିବ।

କଣ୍ଡିସନର୍ ତିଆରି ପ୍ରକିୟା: ୨ରୁ୩ ଟି କଦଳୀକୁ ଭଲ ଭାବେ ଚକଟି ସେଥିରେ ୨ ଚାମଚ କୋକୋନାଟ୍ ମିଲ୍କ୍, ୧ ଚାମଚ ନଡିଆ ତେଲ, ୧ ଚାମଚ ଅଲିଭ୍ ତେଲକୁ ମିଶାଇ ଏକ ପେଷ୍ଟ୍ ତିଆରି କରି କଣ୍ଡିସନର୍ ଭଳି ବ୍ୟବହାର କରନ୍ତୁ। ବାସ୍ନା ପାଇଁ ଏଥିରେ ଗୋଲାପ ଜଳ ମିଶାଇପାରିବେ।

ବ୍ୟବହାର: ଅଳ୍ପ ଅଳ୍ପ କେଶକୁ ନେଇ ଭଲ ଭାବେ ପେଷ୍ଟକୁ ସ୍କାଲ୍ପ୍ ଯାଏଁ ଲଗାନ୍ତୁ। ଏହାକୁ ଲଗାଇ ୩୦ ମିନିଟ୍ ରଖିବା ପରେ ସାମ୍ପୁ କରନ୍ତୁ।

ଉପଯୋଗିତା:  

–          ନଡିଆ ତେଲରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍ ଓ ଫ୍ୟାଟ୍ ରହିଛି। ଏହା କେଶକୁ ଘନ କଳା କରିବ।

–          କଦଳୀର ପୋଟାସିୟମ୍, ମିନିରାଲ୍ସ୍ ଓ ଅନ୍ୟାନ୍ୟ ଭିଟାମିନ୍ କେଶକୁ ମୂଳରୁ ଶକ୍ତ କରେ।

–          ସମ୍ପୂର୍ଣ୍ଣ ପ୍ରାକୃତିକ କଣ୍ଡିସନର୍, ତେଣୁ କେଶ ଝଡ଼ିବ ନାହିଁ।

Comment