ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଇବେଟିସ୍ ହାର୍ଟ ସହ ଆଖି ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗ ପାଇଁ ବି କ୍ଷତିକାରକ। କେବଳ ସେତିକି ନୁହେଁ ଏହା ଓଜନ ବୃଦ୍ଧି, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଏବଂ ସଂକ୍ରମଣର ବି କାରଣ ହୋଇପାରେ। ତେଣୁ ମଧୁମେହ ରୋଗୀମାନେ ନିଜ ଦୈନିକ ଖାଦ୍ୟାଭ୍ୟାସକୁ ନେଇ ବହୁତ ସଚେତନ ରହିବା ଦରକାର। ମୁଖ୍ୟ କରି ଟାଇପ୍-୨ ଡାଇବେଟିସ୍ ରୋଗୀମାନେ କେତେକ ଖାଦ୍ୟ ପଦାର୍ଥକୁ ଆଦୌ ଖାଇବା ଉଚିତ୍ ନୁହେଁ। ଯେପରିକି

ଡାଇବେଟିସ୍ ଟାଇପ୍-୨ ରୋଗୀ ମିଠା, କେକ୍, ପେଷ୍ଟ୍ରି, କ୍ୟାଣ୍ଡି ଭଳି ଅତ୍ୟଧିକ ମିଠା ଜିନିଷ ଖାଇବା କ୍ଷତିକାରକ। ମିଠା ଖାଇବାକୁ ଚାହୁଁଥିଲେ ଯେକୌଣସି ଫଳ ଖାଇପାରିବେ। ଏହା ପ୍ରାକୃତିକ ଭାବେ ଶରୀରକୁ ମିଠା ଓ ଫାଇବର ଯୋଗାଇବ। କିନ୍ତୁ ଫଳ ବି ଅତ୍ୟଧିକ ନ ଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଇବା ଉଚିତ୍‌।

ଜୁସ୍ ବା ଫଳ ରସ ପିଇବା ହାନିକାରକ। ଏହା ଶରୀରରେ ସୁଗାର ସ୍ତରକୁ ବଢ଼ାଇବ କିନ୍ତୁ ଫାଇବର ନୁହେଁ। ଶୋଷ ହେଲେ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ।

ଦହି, ଆଇସ୍କ୍ରିମ୍, ବଟର୍, ଚିଜ୍ ଏବଂ ଦୁଗ୍ଧଜାତୀୟ ଖାଦ୍ୟରେ ରହିଛି ଉଚ୍ଚ ମାତ୍ରା ଫ୍ୟାଟ୍। ଏହା ହୃତ୍‌ପିଣ୍ଡଜନିତ ରୋଗର କାରଣ ହେଉଥିବା କୋଲେଷ୍ଟ୍ରୋଲ୍‌କୁ  ବୃଦ୍ଧି କରେ। ଯଦି ଦୁଗ୍ଧଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଫ୍ୟାଟ୍ ଫ୍ରି କ୍ଷୀର ପିଅନ୍ତୁ।

ଧଳା ଖାଦ୍ୟ ପଦାର୍ଥ ଯେପରିକି, ଭାତ, ଅଟା, ପାଉଁରୁଟି ଆଦି ଖାଦ୍ୟରେ ପୋଷକ ତତ୍ଵ କମ୍ ନ ଥାଏ। ଏହା କେବଳ ଶରୀରରେ ଗ୍ଲୁକୋଜ୍ ମାତ୍ରାକୁ ବଢ଼ାଇ ଦିଏ। ତେଣୁ ଚୋକଡ଼ ଅଟା, ବ୍ରାଉନ୍ ରାଇସ୍, ଉଷୁନା ଭାତ, ବ୍ରାଉନ୍ ବ୍ରେଡ୍ ଆଦି ଖାଆନ୍ତୁ। ଏଥିରେ ଥିବା କାର୍ବୋହାଇଡ୍ରେଟ୍ ସହଜରେ କ୍ଷୟ ହୋଇଯାଏ ଏଂ ଶରୀରକୁ ଆବଶ୍ୟକ ପରିମାଣର ଫାଇବର୍ ବି ମିଳେ।

ଟାଇପ୍-୨ ରୋଗୀ ମଦ୍ୟପାନ କରିବା ଉଚିତ୍ ନୁହେଁ। ଏହା ଶରୀରରେ ଗ୍ଲୁକୋଜ୍ ମାତ୍ରା ବଢ଼ାଇପାରେ। ଡାଇବେଟିସ୍ ବଟିକାର ସମିଶ୍ରଣ ‘ହାଇପୋଗ୍ଲିସିମିଆ’ର କାରଣ ହୋଇପାରେ। ଖାଲି ପେଟରେ ବି ମଦ୍ୟପାନ କରନ୍ତୁ ନାହିଁ। ମଦ୍ୟପାନ କରିବା ପୂର୍ବରୁ ସୁଗର ସ୍ତର ପରୀକ୍ଷା କରିନିଅନ୍ତୁ।

ଫ୍ରେଞ୍ଚ୍ ଫ୍ରାଇଜ୍, ଫ୍ରାଇଡ୍ ଚିକେନ୍ ଆଦିରେ ଛଣା ଖାଦ୍ୟରେ ଅତ୍ୟଧିକ ଫ୍ୟାଟ୍ ଓ କୋଲେଷ୍ଟ୍ରଲ ପରିମାଣ ରହିଛି। ଏହା ଓଜନ ବୃଦ୍ଧି ଓ ରକ୍ତ ଶକର୍ରା ସ୍ତରକୁ ବୃଦ୍ଧି କରିଥାଏ। ଫ୍ରେଞ୍ଚ୍ ଫା୍ରାଇଜ୍ ଆଳୁରେ ତିଆରି ଏବଂ ଆଳୁ କାର୍ବୋହାଇଡେଟ୍ ରେ ଭରପୁର। ସେହିପରି ଫ୍ରାଇଡ୍ ଚିକେନ୍ ରେ ପ୍ରୋଟିନ୍ ମାତ୍ରା ରହିଛି। ଅତ୍ୟଧିକ ତେଲ ଶରୀରରେ ଭଲ କୋଲେଷ୍ଟ୍ରୋଲ୍ ମାତ୍ରାକୁ କମାଇ ଖରାପ କୋଲେଷ୍ଟ୍ରଲକୁ ବଢ଼ାଇ ଦିଏ।

ମାଂସରେ ଥିବା ଫ୍ୟାଟ୍ ଶରୀରରେ ପ୍ରଜ୍ୱଳନର କାରଣ ହୋଇଥାଏ। ଏହାସହିତ ହୃତ୍‌ପିଣ୍ଡଜନିତ ରୋଗର କାରଣ ହୋଇଥାଏ। ରେଡ୍ ମିଟ୍ ଡାଇବେଟିସ୍, ସୋଡିୟମ୍, ନାଇଟ୍ରେଟ୍ ଆଦି ଉଚ୍ଚ ରକ୍ତଚାପ, ଶରୀରରେ ଇନ୍‌ସୁଲିନର ଅଭାବ ନ ହେବ ଭଳି ବିଭିନ୍ନ ସମସ୍ୟାର କାରଣ ହୋଇଥାଏ। ରେଡ୍ ମିଟ୍ ଛଡ଼ା ଚୂନା ମାଛ, ଚର୍ବି ନ ଥିବା ମାଛ, କୁକୁଡ଼ା ମାଂସ ଅଳ୍ପ ପରିମାଣରେ ଖାଇପାରିବେ।

ବ୍ରେକ୍ ଫାଷ୍ଟରେ କନ୍ ଫ୍ଲେକ୍ସ୍, ବାଜରା, ଫଳ ଭଳି ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ। ସକାଳୁ କିଛି ନା କିଛି ହାଲୁକା ଜିନିଷ ଖାଆନ୍ତୁ। ଖାଲି ପେଟରେ ରହିବା ଡାଇବେଟିସ୍ ରୋଗୀଙ୍କ ପାଇଁ ଘାତକ ହୋଇପାରେ।

Comment