ଓଡ଼ିଶାଲାଇଭ୍ ବ୍ୟୁରୋ
ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠ ପାଇଁ କେବଳ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ପରିଚିତ। ଚଳିତ ମାସ ୨୮ ସେପ୍ଟେମ୍ବରରେ ଲତା ତାଙ୍କ ୯୦ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ଭାରତ ସରକାର ତାଙ୍କୁ ସମ୍ମାନିତ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି। ଲତାଙ୍କୁ ‘‘ଡଟର ଅଫ୍ ଦ ନେସନ’’ ଟାଇଟଲରେ ସମ୍ମାନିତ କରାଯିବ ବୋଲି ଶୁଣିବାକୁ ମିଳିଛି।
ଲତା ମଙ୍ଗେସକର ୧୩ ବର୍ଷ ବୟସରେ ମରାଠୀ ପିଲ୍ମ ‘କିଟି ହାସଲ’ ରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ। ଇନ୍ଦୋରର ଏକ ମରାଠୀ ପରିବାରରେ ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ।
ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ। ଧୀରେ ଧୀରେ ଲତା ସଙ୍ଗିତ ସାମ୍ରାଜ୍ୟରେ ରାଜ୍ କରିଥିଲେ। ଆଜି ବି ଦର୍ଶକ ତାଙ୍କ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି।