ଓଡ଼ିଶାଲାଇଭ୍ ବ୍ୟୁରୋ

oxygen_covid19

ଚୀନ, ଜାପାନ ଏବଂ ଆମେରିକା ଆଦି ୫ଟି ଦେଶରେ କୋଭିଡ ସ୍ଥିତି ଅଣାୟତ ହେବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ .୭କୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। କୋଭିଡ ମୁକାବିଲା ଲାଗି ଚାଲିଛି ଘନ ଘନ ବୈଠକ। ଏହାରି ମଧ୍ୟରେ ଶନିବାର ଦିନ କୋଭିଡ ନିୟମ କଡ଼ାକଡ଼ି କରିଛନ୍ତି କେନ୍ଦ୍ର ସରକାର। କୋଭିଡ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

କୋଭଡିର ନୂଆ ଭେରିଏଣ୍ଟ ବିଏଫ୍ .୭ର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ଉପରେ କେନ୍ଦ୍ର ସରକାର ଗୁରୁତ୍ଵ ଦେଇଛନ୍ତି। ସମସ୍ତ ମେଡିକାଲଗୁଡ଼ିକରେ ଆବଶ୍ୟକ ପରିମାଣର ଭେଣ୍ଟିଲେଟର ଏବଂ ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି।

ଏହା ସହିତ ଶନିବାର ଦିନଠାରୁ ବିମାନମନ୍ଦର ଗୁଡ଼ିକରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଯାତ୍ରୀମାନଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

ସ୍ଵାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡର ସବ ଭେରିଏଣ୍ଟ ବିଏଫ୍ .୭କୁ ନେଇ ଏବେ ଚିନ୍ତା ବଢ଼ିଛି। ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଟ୍ରାକ୍ କରାଯିବ। ଯାତ୍ରୀମାନଙ୍କୁ ଆରଟିପିସିଆର ରିପୋର୍ଟ ଦେବାକୁ ପଡ଼ିବ। ବିମାନବନ୍ଦରରେ ଥର୍ମାଲ ସ୍କାନିଂ ହେବ। ରିପୋର୍ଟ ପଜିଟିଭ ଆସିଲେ ଆକ୍ରାନ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି।

Tags: #Covid19 #CoronaVirus #CovidGuidelines #OxygenCylinder #IndiaGovt

Comment