ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଆରମ୍ଭ ହୋଇଛି କୋଭିଡ ଭୟ। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡ ଭଳି ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। କୋଭିଡ ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ କେନ୍ଦ୍ର ପରାମର୍ଶ ଦେଇଛନ୍ତି। କୋଭିଡ ମୁକାବିଲା ଲାଗି ଡାକ୍ତରଖାନାଗୁଡ଼ିକରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାରି ମଧ୍ୟରେ ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ଲାଗି ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ପୂରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିୟମ ଜାରି କରାଯାଇଛି।

Tags: #Covid19 #CoronaVirus #CovidGuidelines #OxygenCylinder #IndiaGovt #AirSubidhaForm

LEAVE A REPLY

Please enter your comment!
Please enter your name here