ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ାରେ ଚାଲିଛି ନୂତନ ଟ୍ରାଫିକ୍ ନିୟମ କଡ଼ାକଡ଼ି। କେନ୍ଦ୍ରସରକାର ମୋଟର ସାଇକେଲ ଆକ୍ଟକୁ ସଂଶୋଧନ କରି ନୂତନ ନିୟମ ଲାଗୁ କରିବା ପରେ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି କରାଯାଇଛି। ତେବେ ଏନେଇ ରାୟଗଡ଼ାରେ ମଧ୍ୟ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜରିମାନା ଆଦାୟ କରାଯାଉଛି।

ଗୁରୁବାର ରାୟଗଡା ଜିଲ୍ଳା ତହସିଲଦାର କାର୍ଯ୍ୟାଳୟ ନିକଟ ଟ୍ରାଫିକ୍ ପୋଷ୍ଟଠାରେ ଚେକିଂ କରାଯାଇଥିଲା। ରାୟଗଡା ପୋଲିସ କର୍ମଚାରୀ ଏବଂ ରାୟଗଡା ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇଙ୍କ ନେତୃତ୍ୱରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ.ଭେଙ୍କେଟେଶ, ଏମଭିଆଇ ଶିବ ଶଙ୍କର ଚୈାଧୁରୀ, ଟ୍ରାଫିକ୍ ଇନ୍ସପେକ୍ଟର ଯୁଧିଷ୍ଠିର ଲେଙ୍କା, ଜୁନିୟର ଏମଭିଆଇ ଆର.କେ.ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତିରେ ଚେକିଂ କାର୍ଯ୍ୟ ଚାଲିଥିଲା।

ବିନା ହେଲମେଟରେ ଦୁଇ ଚକିଆ ଯାନ ଚଲାଉଥିବା ଚାଳକ, ଡ୍ରାଇଭିଂ ଲାଇସେନ୍ସ, ଗାଡି ରେଜିଷ୍ଟ୍ରେସନ କାଗଜପତ୍ର, ବୀମା, ପ୍ରଦୁଷଣ ପ୍ରମାଣପତ୍ର, ପରମିଟ୍ ପ୍ରମାଣପତ୍ର, ଦୁଇରୁ ଉର୍ଦ୍ଧ ଦୁଇ ଚକିଆ ଯାନରେ ବସିବା, ଚାରି ଚକିଆ ଯାନ ଡ୍ରାଇଭର ସିଟ୍ ବେଲଟ୍ ନ ବାନ୍ଧିବା ଆଦି ନିୟମକୁ ନେଇ ଯାଞ୍ଚ କରାଯାଇଥିଲା।

ଏହି ଚେକିଂ ସମୟରେ ୪୧ଜଣ ଗାଡି ଚାଳକଙ୍କଠାରୁ ୧ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଗତ ସେପ୍ଟେମ୍ବର ୧ ତାରିଖରେ ଲାଗୁ ହୋଇଥିବା ଏମ.ଭି.ଆକ୍ଟ ସଂଶୋଧିତ ନିୟମକୁ ପାଳନ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବବେଳେ ଆଗାମୀ ଦିନରେ ମଧ୍ୟ ଏହି ଚେକିଂ ଜାରି ରଖାଯିବ ବୋଲି ଆରଟିଓ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here