ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧ରୁ ସାରାଦେଶରେ କାର୍ଯ୍ୟକାରୀ ହୋଇଛି ନୂଆ ମୋଟର ଯାନ ଆଇନ୍। ଏଥିପାଇଁ ଲୋକମାନଙ୍କୁ ସହାୟତା ଦେବାପାଇଁ ଆରମ୍ଭ ହୋଇଛି ହେଲ୍ପ ଡେକ୍ସ ବ୍ୟବସ୍ଥା।

ନୂଆ ମୋଟର ଯାନ ଆଇନ୍ ଅନୁସାରେ ଆପଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ କିମ୍ବା କୌଣସି ପ୍ରକାର ଭୁଲ ଆଇନର ଶିକାର ହେଲେ ଆପଣ ନିଜର ଅସୁବିଧା ସଂପର୍କରେ ହେଲ୍ପ ଡେକ୍ସ ନମ୍ବରକୁ ଫୋନ କରି ଜଣାଇପାରିବେ।

ଏଥିପାଇ ହେଲ୍ପ ଡେକ୍ସର ଟୋଲ ଫ୍ରି ନମ୍ବର ଜାରି କରିଛି ରାଜ୍ୟ ପରିବହନ ବିଭାଗ। ଏହି ଟୋଲ ଫ୍ରି ନମ୍ବର ହେଉଛି ୧୮୦୦-୩୪୫-୧୦୭୩କୁ ଫୋନ୍ କରି ଲୋକମାନେ ନିଜର ଅସୁବିଧା ଜଣାଇ ପାରିବେ। ରାଜ୍ୟର ସମସ୍ତ ଆରଟିଓରେ ଏହି ହେଲ୍ପ ଡେକ୍ସ ନମ୍ବର ଆରମ୍ଭ କରାଯିବ।

ଲୋକମାନେ ସକାଳ ୮ଟାରୁ ରାତି ୧୦ଟା ମଧ୍ୟରେ ଏହି ହେଲ୍ପ ଡେକ୍ସକୁ ଫୋନକରି ନିଜର ଟ୍ରାଫିକ୍‌ ଜନିତ ଅସୁବିଧା ସମ୍ପର୍କରେ ଜଣାଇପାରିବେ। ଏହି ହେଲ୍ପ ଡେକ୍ସ ଲୋକଙ୍କ ଅସୁବିଧା ଶୁଣିବା ସହ ଏହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିବ।

Comment