ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡା ସହରାଞ୍ଚଳ ଭିତରେ ଭାରିଯାନ ଚଳାଚଳ ଯୋଗୁଁ ଭୁଶୁଡି ପଡିଛି କଲଭର୍ଟ। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ରାୟଗଡା ପୌରାଞ୍ଚଳ ଅନ୍ତର୍ଗତ ଗୌତମନଗରଠାରୁ ରିଙ୍ଗରୋଡ ଯାଏଁ ରାସ୍ତାରେ ଏଭଳି ଅବସ୍ଥା ଦେଖାଦେଇଛି। କଲଭର୍ଟ ଭାଙ୍ଗିବା ଯୋଗୁଁ ଏହି ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

କଲଭର୍ଟଟି ଭଙ୍ଗା ଅବସ୍ଥାରେ ରହିଥିବାରୁ ସେହି ରାସ୍ତା ଦେଇ ଅତିକ୍ରମ କରିବାକୁ ଲୋକମାନେ ଭୟ କରୁଛନ୍ତି। ଉକ୍ତ ରାସ୍ତାଟି ୨୦୧୪-୧୫ ବର୍ଷରେ ନିର୍ମାଣ ହୋଇଥିବା ବେଳେ ୪ବର୍ଷ ମଧ୍ୟରେ ରାସ୍ତାରେ କଲର୍ଭଟ ଭାଙ୍ଗିଯିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିଦିନ ସେହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରିଥାନ୍ତି। ଏହାସହ ଛୋଟ ଛୁଆ ସ୍କୁଲ ଯିବା ଆସିବା ମଧ୍ୟ କରିଥାନ୍ତି। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।

ଏ ସଂକ୍ରାନ୍ତରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସଚ୍ଚିତାନନ୍ଦ ଶତପଥୀ କହିଛନ୍ତି , “ସେହି ରାସ୍ତାରେ ଭାରିଯାନ ଯିବା ପାଇଁ ଅନୁମତି ନାହିଁ। ଏହାକୁ ଅଣଦେଖା କରି ଭାରିଯାନ ଚାଳକ ସେହି ରାସ୍ତା ଦେଇ ଯାଇଥିବାରୁ କଲଭଟ୍ଟଟି ଭାଙ୍ଗିଛି। ଏହି କଲଭଟ୍ଟକୁ ପରିଦର୍ଶନ କରି ବୈଷୟିକ ଦଳ ଏହାର ନିର୍ମାଣ ନିମିତ ଅଟକଳ ଆକଳନ କରିଛନ୍ତି। ଖୁବଶୀଘ୍ର ଏହାକୁ ନୂତନ ରୂପେ ନିର୍ମାଣ କରାଯିବା।“

Comment