ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ୍‌ ପରେ ଲୋକ ଫାଇନ୍‌ ଗଣି ଗଣି ହନ୍ତସନ୍ତ ହେଲେଣି।

ଏହି ମୋଟର ଯାନ ଆଇନ୍‌ରେ ଥିବା ଫାଇନ୍‌କୁ କମେଇ ପାରନ୍ତି ରାଜ୍ୟ ସରକାର। ନୂଆ ମୋଟର ଯାନ ଆଇନ୍‌ରେ ଅଧିକ ଫାଇନ୍‌ ଲଦି ଦିଆଯାଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

‘‘ନୂଆ ମୋଟର ଯାନ ଆଇନ୍‌ ଅନୁସାରେ ଲାଗୁଥିବା ଫାଇନ୍‌ ନିଶ୍ଚିତ ଭାବରେ ଅଧିକ ବୋଲି ସମସ୍ତେ ଅନୁଭବ କରୁଛୁ। ଏହା କେନ୍ଦ୍ରୀୟ ଆଇନ୍‌ ହୋଇଥିବାରୁ ପରିବର୍ତ୍ତନ କରିବା କଷ୍ଟ। ଏହି ଅଧିକ ଫାଇନ୍‌ ଲୋକଙ୍କ ଉପରେ କିପରି ଲଦି ଦିଆଯିବନି ସେ ନେଇ ବିଚାର କରାଯିବ’’, କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ମଙ୍ଗଳବାର ଏନେଇ ବିଭାଗର ବୈଠକ ବସିବା ପରେ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

Comment