ଓଡିଶାଲାଇଭ୍ ବ୍ୟୁରୋ

କଟକ: ମଦ ପିଇଥିବା କିମ୍ବା ମୋବାଇଲ୍‌ରେ କଥା ହେଉଥିବା ଅବସ୍ଥାରେ ଗାଡ଼ି ଚଲାଇଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଇଲେ କିମ୍ବା ଅଧିକ ଲୋକଙ୍କୁ ବସାଇ ଗାଡ଼ି ଚଳାଉଥିଲେ ବି କଡ଼ା ପଦକ୍ଷେପ ନିଆଯିବ। ନିୟମ ଉଲ୍ଲଂଘନକାରୀ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)କୁ ୩ ମାସ ପାଇଁ ବାତିଲ୍‌ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଯେଉଁଠି ପୋଲିସ ଏଭଳି ଆଇନ ଉଲ୍ଲଂଘନକାରୀଙ୍କୁ ଧରିବେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୭ ଦିନ ମଧ୍ୟରେ ସ୍ଥାନୀୟ ଆର୍‌ଟିଓକୁ ପଠାଇବେ। ଆର୍‌ଟିଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ପାଇଁ ପଦକ୍ଷେପ ନେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।ରାଜ୍ୟରେ ଟ୍ରାଫିକ ନିୟମର କାର୍ଯ୍ୟକାରିତା ବା ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରାନଯିବାରୁ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ମଦ ପିଇ, ମୋବାଇଲ୍‌ରେ କଥା ହୋଇ, ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଉଥିବାରୁ ଅଧିକରୁ ଅଧିକ ଦୁର୍ଘଟଣା ଘଟୁଛି। ଏ ସବୁକୁ ନିୟନ୍ତ୍ରଣ ପାଇଁ ପ୍ରଥମେ ୨୦୧୫ ଡିସେମ୍ବର ୨୧ ତାରିଖରେ ପ୍ରତ୍ୟକ ଏସ୍‌ପିଙ୍କୁ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ଚିଠି ଲେଖାଯାଇଥିଲା। ଏଭଳି ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ମାସ ଲାଗି ବାତିଲ୍ କରିବା ପାଇଁ ଚିଠିରେ କୁହାଯାଇଥିଲା।BGUକିନ୍ତୁ ୨୦୧୯ରେ ମୋଟର ଯାନ ଆଇନ ସଂଶୋଧନ ହେବା ପରେ ଏହି ଆଦେଶ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ବିଭାଗୀୟ ଅଧିକାରୀମାନେ କୌଣସି ନେଇ ପାରୁନଥିଲେ। ତେବେ ଗତ ଫେବ୍ରୁଆରୀରେ ସୁପ୍ରିମକୋର୍ଟ କମିଟି ପୁଣି ଥରେ ଉପରୋକ୍ତ କାରଣ ସବୁ ଲାଗି ଦୁର୍ଘଟଣା ବଢ଼ୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ୨୦୧୫ର ଉକ୍ତ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ଆସିବା ପରେ ଏସ୍‌ଟିଏ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

Comment