ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ପାଇଁ ବନ୍ଦ ହୋଇଥିବା ଡିଏଲ୍‌ ଓ ଏଲଏଲ ଟେଷ୍ଟିଂ ପୁଣିଥରେ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ। ସାମାଜିକ ଦୂରତା ଏବଂ କୋଭିଡ୍‌ କଟକଣା ଭିତରେ ଏହି ଟେଷ୍ଟିଂ କରାଯିବ।

ଡିଏଲ୍‌ ପାଇଁ ଆସନ୍ତାକାଲି ସକାଳ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ୧୮ ତାରିଖରେ ଟେଷ୍ଟିଂ ହେବ। ସେହିପରି ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ସ୍ଲଟ ବୁକିଂ ୨୨ରୁ ଆରମ୍ଭ ହେବ। ଟେଷ୍ଟିଂ ୨୯ ତାରିଖରେ ହେବ। କୋଭିଡ୍‌ ନିୟମ ଭିତରେ ଏସବୁ ଟେଷ୍ଟିଂ କରିବାକୁ ସବୁ ଆର୍‌ଟିଓଙ୍କୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comment