ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରର ସୋପର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ ଗିରଫ କରିଛି ଭାରତୀୟ ସେନା। ଗିରଫ ହୋଇଥିବା ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ‘ଲସ୍କର ଏ ତୋଇବା’ ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

ଆତଙ୍କବାଦୀଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଛି ସେନା। ଏହି ଆତଙ୍କବାଦୀଙ୍କ ନିକଟରୁ ଆତଙ୍କବାଦ ସଙ୍ଗଠନ ପାଇଁ ପ୍ରଚାରପ୍ରସାର କରୁଥିବା ପୋଷ୍ଟର ସମେତ ଅନେକ ଆତଙ୍କୀ ଉପକରଣ ଜବତ ହୋଇଛି।

ସୋପାରରେ ଲସ୍କର-ଏ-ତୋଏବା ଆତଙ୍କୀ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ ସେନା ଏବଂ ପୋଲିସ ମିଳିତ ସର୍ଚ୍ଚ ଅପରେସନ କରିଥିଲେ । ଗିରଫ ଆତଙ୍କୀମାନେ ବାରମୂଳାରେ ଦୋକାନ ବଜାର ବନ୍ଦ ରଖିବାକୁ ଧମକ ଦେବା ସହ ପୋଷ୍ଟର ଲଗାଉଥିଲେ। ସେହି ମସୟରେ ସେନା ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ଏହାପୂର୍ବରୁ ସେନା ୨ ଆତଙ୍କବାଦୀ ଧରିଥିଲା।

Comment